ଘୃଣା
ଘୃଣା
ଦୂରେଇ ଯା ତୁ ମୋ ପାଖୁ,
କି ଅସନା ଛି ଛି...
ମଇଳା ମଇଳା ପୋଷାକ ତୋର,
ଛୁଇଁଲେ ମତେ ହେବ ରୋଗ I
ପେନ୍ଥା ପେନ୍ଥା ଅକୁଣ୍ଢା ବାଳ,
ମେନ୍ଥା ମେନ୍ଥା ଉକୁଣିରେ ଭରପୁର I
ହାତ ଗୋଡ କେତେ ଅସନା,
ବରଷେ ହେବ ଗାଧେଇନି ଜମା I
ଢେଳା ଢେଳା ତୋ ଆଖି,
ପୁଣି...
କି ଅସନା ନାକର ପାଣି I
ହେଲେ..
ମୋ ସ୍ବାର୍ଥରେ ମୁଁ ଅନ୍ଧ,
ବୁଝୁନି...
କେବେଠୁ...
ଭୋକିଲା ଥିବ ସେ ଆତୁର ପେଟ I
ଦିମୁଠା ଖାଇବାକୁ ଦେବା ବଦଳରେ,
କରୁଛି କେତେ ମୁଁ ତିରସ୍କାର I
ଭାବୁନି ମୁଁ...
ମୋ ପାଖେ ଥିବା କନ୍ଥାରୁ,
କିଛି ତାକୁ ଦେଇ ଦେବାକୁ I
ଘୃଣା ଛାଡି କର ପ୍ରେମ,
ପାଣି ଫୋଟକା ଏ ମଣିଷ ଜୀବନ,
କରିବ ଯଦି ସତ କାମ,
ସମାଜେ ଲୋକେ କହିବେ ତୁମକୁ ମହାନ I
ବୈଷ୍ଣବ ମେହେର
ଗଣ୍ଡାବାହାଲି
