ଘରଜୋଇଁଆ
ଘରଜୋଇଁଆ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବେକାରିଆ ଥିଲି ପେରେମେ ଫସେଇ
ବାହାହେଲି ଝିଅ ରୋଜଗାରିଆ,
ବାହା ବାସୀ ସିଏ ଶାଶୁଘର ଛାଡି
ସଜେଇଲା ମତେ ଘରଜୋଇଁଆ।
ଶାଶୁଶ୍ୱଶୁର ମୋ ସରଗଠୁ ବଡ
ତାଙ୍କ ପରି ଆଉ କେହି ତ ନାହିଁ,
ଏମିତି ଯତନ ନିଅନ୍ତି ମୋହର
ଲାଗେ ସତେ ପୁଅ ନୁହେଁ ମୁଁ ଜ୍ୱାଇଁ।
ଶାଶୁମାଆ ନିତି ପରଷି ଦିଅନ୍ତି
ଛଅ ଭଜା ସାଙ୍ଗେ ନଅ ତିଅଣ,
ଖାଇ ପିଇ ନିତି ବୁଲଇ ଏଠି ମୁଁ
କାମଦାମ ଆଡେ ନ ଦେଇ ଧ୍ୟାନ।
ଶାଳୀ ବି ମୋହର ଶାଶୁଘର ଛାଡି
ସାଜିଛି ଏଇଠି ନିତି କୁଣିଆ,
ପତ୍ନୀଠାରୁ ବେଶୀ ଲାଗେ ସିଏ ଭଲ
ତା ସାଙ୍ଗେ ଭାବ ମୋ ଅତି ବଢିଆ।
ସଢୁ ମୋ ରହନ୍ତି ଦିଲ୍ଲୀ ସହରରେ
କରିଛନ୍ତି ସେଠି ବଡ ଚାକିରୀ,
ଶାଳୀ ମୋର କିନ୍ତୁ ସେଠିକୁ ନ ଯାଇ
ଘରେ କରଇ ମାମଲତକାରୀ।
ସଢୁ ମୋ କହିଲେ ନିତି ରହୁଥିବା ଝିଅ
ବାପଘର ପାଇଁ ସତେ ଅଳିଆ,
ଛାଡପତ୍ର ଦେବ କହିଲା ମୋ ଶାଳୀ
ପରିସ୍ଥିତି ହେଲା ଅସମ୍ଭାଳିଆ।
ଲାଗିଲା କୋଉଠି ଫସିଯାଇଛି ମୁଁ
ଏଠି ଏକୁ ତ ଆରକ ମହାବଳିଆ,
ଦେଖିଦେଖି ଏହି ଘରର ଝିଅଙ୍କୁ
ମୁଣ୍ଡ ମୋର ହେଲା ଗଣ୍ଡଗୋଳିଆ।
ଶ୍ୱଶୁର ପୁଅଟି ଭାରି ନଟଖଟ
କହିଲା ମତେ ଫୁଲ୍ ବେକାରିଆ,
ସବୁଦିନ ଏଠି ମିଲ୍ ପକେଇକି
ବୁଲୁଛ ଖାଇକି ପାନ ପୁଡିଆ।
ପତ୍ନୀ ମୋର ଆଉ ସହି ପାରିଲାନି
କିଣିଆଣି ଗୋଟେ ଚାରିଚକିଆ,
କହିଲା ଏ ଗାଡି ଡ୍ରାଇଭର ସିଏ
ଆଜିଠୁ ମୋ ସ୍ୱାମୀ ରୋଜଗାରିଆ।