STORYMIRROR

Sadananda Sahoo

Inspirational

4  

Sadananda Sahoo

Inspirational

ଘୋଷଯାତ୍ରାରେ ପ୍ରଭୁ ଜଗନ୍ନାଥେ

ଘୋଷଯାତ୍ରାରେ ପ୍ରଭୁ ଜଗନ୍ନାଥେ

1 min
325


 ଭକତ ମେଳରେ ଜଗତ ଠାକୁରେ

  ଆରାଧ୍ୟ ଦେବତା ପ୍ରଭୁ  

ମାନବୀୟ ଲୀଳା ଏରଥ ଯାତରା

  ଭକ୍ତ ପ୍ରାଣେ ସଦା ବିଭୁ ॥


ଭକତ ଭାବରେ ବନ୍ଧା ଏ ଠାକୁରେ

  ଜଗତ କଲ୍ୟାଣ ପାଇଁ  

ରଥ ଯିବ ଗଡି ପତିତ ଉଦ୍ଧାରି 

  ଦୁଃଖ ଯେତେ ଦବ ଧୋଇ ॥


ଜଗନ୍ନାଥ ଧ୍ଵନି ହେବ ପ୍ରତିଧ୍ଵନି

  ପ୍ରକମ୍ପିତ ହେବ ବିଶ୍ଵ  

ଆଧ୍ୟାତ୍ମିକତାର ଏଭାବ ସନ୍ଦେଶ

  ସମ୍ପର୍କର ଚିର ହସ ॥


ବିଶ୍ଵ ବ୍ରହ୍ମାଣ୍ଡର ସୁକଲ୍ୟାଣ ମିତ୍ର

  ଜଗତର ନାଥ ପ୍ରଭୁ  

ସାତ ସିନ୍ଧୁ ଡେଇଁ ଭକ୍ତ ଆସେ ଧାଇଁ

  ଜଳାଞ୍ଜଳି ଦେଇ ସବୁ ॥


ରତ୍ନ ବେଦୀ ଛାଡି ରଥ ଯିବ ଗଡି

  ଜନ୍ମ ବେଦୀ ଅଭିମୁଖେ  

ନବ ଦିନାତ୍ମକ ଭ୍ରମଣ ଆଶିଷ

  ଜଗତର ସୁଖ ଦୁଃଖେ ॥


ରଥ ପଥ ମିତ ପ୍ରଭୁ ଜଗନ୍ନାଥ 

  ସବୁତୁମ ଲୀଳା ଖେଳା  

ରଥେ ରଥ ଯାତ୍ରା ରଥରେ ବାହୁଡା

  ତଵଅଙ୍ଗେ ଷୋଳକଳା ॥


ସଙ୍ଗରେ ସଙ୍ଗାତ ଭାତୃଭଗ୍ନୀ ପ୍ରେମ

  ଔଜ୍ଜଲ୍ୟ ହୀରା ମାଣିକ  

ଅତୁଟ ବନ୍ଧନ ସ୍ନେହର ଆଶିଷ

  ଘୋଷଯାତ୍ରା ପ୍ରେମରଙ୍କ ॥


ତଵ ନନ୍ଦିଘୋଷ ଯାତ୍ରାର ବିଶେଷ

  ତାଳଧ୍ୱଜ  ଅନୁସଙ୍ଗ  

ଦେବଦଳନକୁ ଭୁଲି ନ ଯିବାକୁ

  ମଧ୍ୟମାରେ ସଦାରଖ.॥


ଆହେ ଜଗନ୍ନାଥ ଆହେ ବଳଭଦ୍ର

  ହେ ମାଆ ସୁଭଦ୍ରା ଦେବୀ  

ପୋଡ଼ ପିଠା ଖାଇ ଆସିବ ହେ ଫେରି

  ପ୍ରତୀକ୍ଷାରେ ରତ୍ନବେଦୀ ॥


ଶ୍ରୀ ଗୁଣ୍ଡିଚା ମାଆ ରଖିବନି ଜମା

   ସଅଳେ କରିବ ବିଦା  

 ଶୂନ୍ୟ ଶ୍ରୀମନ୍ଦିର ଲାଗୁଛି ଶ୍ରୀହୀନ

  ଆଶଙ୍କାରେ ଭକ୍ତ ସଦା ॥



Rate this content
Log in

Similar oriya poem from Inspirational