ଘେନାକର ବିଶ୍ଵ ରାଟ
ଘେନାକର ବିଶ୍ଵ ରାଟ
ଲବଣ ଜଳଧି ବାଲୁକା ସୈକତ
ଅନତୀ ଦୂରରେ ଉଭା କଳ୍ପବଟ
ସୁଉଚ୍ଚ ମଞ୍ଜୁଳ ସୁ-“ନୀଳଶଇଳ
ବକ୍ଷେ” ବିଶୋଭିତ ସେ ପବିତ୍ର ବୃକ୍ଷ
ତା ମୂଳେ ସୁରମ୍ୟ ମନ୍ଦିର ଗର୍ଭରେ
ବିଜେ ମହାବାହୁ ଚତୁର୍ଦ୍ଧା ରୂପରେ
ବିନୟ ହୋଇ ମୁଁ ଜଣାଣ କରୁଛି
ଘେନାକର ବିଶ୍ଵ ରାଟ ।
ଲକ୍ଷ୍ମୀ ହୃଦ ସର ମନ ରାଜହଂସ
ବୈକୁଣ୍ଠ ବିହାରୀ ହୋଇଛ ପ୍ରକଟ
ଲକ୍ଷେ ବିଷ୍ଣୁ ଶିଳା ଖଚିତ ଆସନ
ରତ୍ନସିଂହାସନ ଆହା କି ସୁସଞ୍ଚ,,
ନିର୍ମାଲ୍ୟ ନିର୍ମାତା ଶୌରି ବିଶ୍ଵପିତା
ଅବୋଧ ଜୀବନ ଭାଗ୍ୟ ବିଧାତା
ସମ୍ପେ ଦାରିଦ୍ର୍ୟର ଲୁହଉପହାର ।
ଘେନାକରଶ୍ଵ ରାଟ ।
