ଘାସ
ଘାସ
ପଥର ତଳେ ଘାସ
ସେଇଠି ତାର ବାସ।
ସାଧନା କରେ ରହି
ସମୟ ଦେବ କହି ।
ସାହିତ୍ୟ ମୟ ମନ
ଜୀବନ ପରି ଧନ ।
ଚଂଚକ ଆସେ ପଶି
ନିଜର କରେ ବସି ।
ପଛରେ କାଟେ ଚେର
ବିଛାଇ ଦିଏ ଘେର
ଖାଳେଇ ପୁରେ ମାଛ
ସଭିଙ୍କୁ କରି ପଛ ।
ଅଯଥା ତାର ରଡି
ବରଷି କରେ ବଢ଼ି ।
ଲମ୍ବାଇ ଦିଏ ଜାଲ
ଗଳାରେ ଫୁଲ ମାଳ ।
ଚରିତ୍ର ଯାଉ ଚୁଲି
ଖୁଣ୍ଟିଆ ବୁଲି ବୁଲି ।
ଝୁଟଇ ଯେବେ ଚାଲି
ପକେଇ ଚାଲେ ତାଳି ।
ପ୍ରଚାର ପାଇଁ କବି
ତାର ଅସଲ ଛବି ।
