STORYMIRROR

Jyotiranjan Acharya

Inspirational

3  

Jyotiranjan Acharya

Inspirational

ଗଗନ ଚୁମ୍ବନ

ଗଗନ ଚୁମ୍ବନ

1 min
11.6K

ଭୂମିପରେ ଛିଡାହୋଇ ଭୂମାର ଯେ ସ୍ବପ୍ନ ଦେଖି ପାରେ,

ସେହି ଏକା ବାମନ ଯେ ଚନ୍ଦ୍ରମାକୁ ସ୍ପର୍ଶ କରି ପାରେ।

ବିହଙ୍ଗ ପଛେ ନହେଉ ଆକାଶର ଚଉହଦୀ 

ତା ପାଇଁକି ଖେଳ ଘର ହୁଏ

କଳ୍ପନାରେ ଉଡୁୁୁଉଡୁ ସତ ଡେଣା କଅଁଳି ବି ଯାଏ ।

ପବନ ପିିଠିରେ ବସି ମେଘ ସହ ସାଙ୍ଗହେବା ଆଶା

ଧୋଇ ଦିିଏ ସବୁ ଦୁର୍ବଳତା ସୃଷ୍ଟି ହୁଏ ବଳ ଏବଂ ଆଶା।

ବସ୍ତାନି ଭିତରେ ବନ୍ଧା ରଫ୍ ଖାତା ଗାରିଆ ପୃୃୃଷ୍ଠା ବି

ଗୁଡି ହୋଇ ଉଡିଯାଏ ଦୂରେ ହେବା ପାଇଁ ଦିନେ ନଭଶ୍ଚୁମ୍ବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational