ଗଗନ ଚୁମ୍ବନ
ଗଗନ ଚୁମ୍ବନ
ଭୂମିପରେ ଛିଡାହୋଇ ଭୂମାର ଯେ ସ୍ବପ୍ନ ଦେଖି ପାରେ,
ସେହି ଏକା ବାମନ ଯେ ଚନ୍ଦ୍ରମାକୁ ସ୍ପର୍ଶ କରି ପାରେ।
ବିହଙ୍ଗ ପଛେ ନହେଉ ଆକାଶର ଚଉହଦୀ
ତା ପାଇଁକି ଖେଳ ଘର ହୁଏ
କଳ୍ପନାରେ ଉଡୁୁୁଉଡୁ ସତ ଡେଣା କଅଁଳି ବି ଯାଏ ।
ପବନ ପିିଠିରେ ବସି ମେଘ ସହ ସାଙ୍ଗହେବା ଆଶା
ଧୋଇ ଦିିଏ ସବୁ ଦୁର୍ବଳତା ସୃଷ୍ଟି ହୁଏ ବଳ ଏବଂ ଆଶା।
ବସ୍ତାନି ଭିତରେ ବନ୍ଧା ରଫ୍ ଖାତା ଗାରିଆ ପୃୃୃଷ୍ଠା ବି
ଗୁଡି ହୋଇ ଉଡିଯାଏ ଦୂରେ ହେବା ପାଇଁ ଦିନେ ନଭଶ୍ଚୁମ୍ବି।