STORYMIRROR

Kalandi pal

Inspirational

3  

Kalandi pal

Inspirational

ଗଛରୁ ଓଷଦ

ଗଛରୁ ଓଷଦ

1 min
324


ପରିବେଶ ପାଇଁ ଗଛ ଗୋ

      ଫୁଲ ବଉଳବେଣୀ

ନୋହିଲେ ଜୀବନ ତୁଚ୍ଛ ଗୋ

      ଫୁଲ ବଉଳବେଣୀ

ଅମ୍ଳଜାନ ଦିଏ ଜୀବନ ବଞ୍ଚାଏ

ଚାରିଆଡେ ଲଗା ଗଛ ଗୋ

       ଫୁଲ ବଉଳବେଣୀ ll

ତୁଳସୀ ଗଛର ପତ୍ର ଗୋ

       ଫୁଲ ବଉଳବେଣୀ

ସଭିଙ୍କର ସେହୁ ମିତ୍ର ଗୋ

       ଫୁଲ ବଉଳବେଣୀ

ନିତି ପୂଜା କରି ଦୁଇଟା ଖାଇଲେ

ଥଣ୍ଡା କାଶ ହୁଏ ହତ ଗୋ

       ଫୁଲ ବଉଳବେଣୀ ll

ବେଲ ପତ୍ର ଆଣ ତୋଳି ଗୋ

       ଫୁଲ ବଉଳବେଣୀ

ସ୍ୱାସ୍ଥର ଅଟଇ ଶିରୀ ଗୋ

        ଫୁଲ ବଉଳବେଣୀ

ମରିଚ ମିଶାଇ ନିତି ଖାଉଥିଲେ

ପେଟ ଦୋଷ ଯାଏ ହରି ଗୋ

        ଫୁଲ ବଉଳବେଣୀ ll

ଲେଉଟିଆ ଶାଗ ଭଜା ଗୋ

        ଫୁଲ ବଉଳବେଣୀ

ଓଡ଼ିଆ ପଖାଳେ ଖୋଜା ଗୋ

        ଫୁଲ ବଉଳବେଣୀ

ଶାଗଙ୍କ ମଧ୍ୟରେ ସାର ଅଟେ ସିଏ

ପୃଷ୍ଟି ଦେବାରେ ତ ରାଜା ଗୋ

         ଫୁଲ ବଉଳବେଣୀ ll

ଭୃସଙ୍ଗ ପତ୍ରର ଗୁଣ ଗୋ

         ଫୁଲ ବଉଳବେଣୀ

କେହି ନୁହେଁ ତାର ସମ ଗୋ

         ଫୁଲ ବଉଳବେଣୀ

ନିତି ଖାଉଥିଲେ ଖାଲି ପେଟେ ତାକୁ

ବହୁ ମୂତ୍ରର ସେ ଯମ ଗୋ

         ଫୁଲ ବଉଳବେଣୀ ll

ଅଳସି ମଞ୍ଜିର ତେଲ ଗୋ

         ଫୁଲ ବଉଳବେଣୀ

ବଇଦ ସାଙ୍ଗରେ ଗେଲ ଗୋ

         ଫୁଲ ବଉଳବେଣୀ

ନିତି କରୁଥିଲେ ରୋଷେଇ ସେଥିରେ

ଉଚ୍ଚ ରକ୍ତଚାପ ଦୂର ଗୋ

        ଫୁଲ ବଉଳ ବେଣୀ ll

ଜାମୁକୋଳି ଗଛ ମଞ୍ଜି ଗୋ

       ଫୁଲ ବଉଳବେଣୀ

ଆଣ ଜ୍ୟେଷ୍ଠ ମାସେ ଖୋଜି ଗୋ

       ଫୁଲ ବଉଳବେଣୀ

ଚୁନା କରି ତାକୁ ଚାମଚେ ଖାଇଲେ

ବହୁମୂତ୍ର ଯିବ ହଜି ଗୋ

       ଫୁଲ ବଉଳବେଣୀ ll

ଲିମ୍ବ ଗଛ ପତ୍ର ପିତା ଗୋ

       ଫୁଲ ବଉଳବେଣୀ

ଦେହକୁ ଅଟଇ ହିତା ଗୋ

       ଫୁଲ ବଉଳବେଣୀ

ଚର୍ମ ରୋଗ ଆଉ ବହୁମୂତ୍ର ରୋଗୁଁ

ଖାଇଲେ ହୁଅନ୍ତି ଜିତା ଗୋ

       ଫୁଲ ବଉଳ ବେଣୀ ll

ତୋଳି ଆଣ ବ୍ରାହ୍ମୀ ଶାଗ ଗୋ

       ଫୁଲ ବଉଳବେଣୀ

ଗୁଆ ଘିଏ ଭାଜ ଆଗ ଗୋ

       ଫୁଲ ବଉଳବେଣୀ

ପତରେ ପତରେ ପରଷି ଦେବା ଗୋ

ଧିଶକ୍ତି ହେବ ପୂର୍ଣ୍ଣାଙ୍ଗ ଗୋ

       ଫୁଲ ବଉଳବେଣୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational