STORYMIRROR

Sudhir Kumar Panda

Inspirational

4  

Sudhir Kumar Panda

Inspirational

ଗଛର ଆତ୍ମକଥା

ଗଛର ଆତ୍ମକଥା

1 min
117

ବୀଜଟିଏ ପାଇ ମୁହଁ ମାଟି ଓ ଆର୍ଦ୍ରତା

ଯେମିତିକା ଥିଲା ତାହା ମାଆର ମମତା

ଉତ୍ତାପ ଆଲୋକ ପାଇ ମୁହିଁ ଅଙ୍କୁରିଲି

କୁନି ଚାରା ଟିଏ ହୋଇ ସୂରୁଜ ଦେଖିଲି।


ଆରମ୍ଭରେ ଥିଲି ମୁହିଁ ଦୁଇଟି ପତର

ମାଟି ମାଆ ଠାରୁ ଖାଇ ବୃଦ୍ଧି କଳେବର

ଡାଳ,ଶାଖା, କଳି, ଫୁଲ ଫଳ ବୃଦ୍ଧି ହେଲା

ବିଶାଳ କାୟାରେ ମୋର ଖୁସି ମହକିଲା।


ମୋ ତରୁ ଛାୟାର ତଳ ବିଶ୍ରାମର ସ୍ଥଳ

ଭଲ ଲାଗେ ମନ୍ଦ ମନ୍ଦ ପବନ ଶୀତଳ।

ମୋ ଶରୀର ସବୁ ଅଙ୍ଗ ମାନବ ସେବାରେ

ତଥାପି କୃତଘ୍ନ କେତେ ଭୂଲିଯା'ନ୍ତି ପରେ।


ଯେତେ ଗଛ ଲଗାଇବ, ସେତେ ସୁଖୀ ହେବ।

ପରୋପକାରୀର ପ୍ରାଣ ବିଭୁମୟ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational