ଗଛର ଆତ୍ମକଥା
ଗଛର ଆତ୍ମକଥା
ବୀଜଟିଏ ପାଇ ମୁହଁ ମାଟି ଓ ଆର୍ଦ୍ରତା
ଯେମିତିକା ଥିଲା ତାହା ମାଆର ମମତା
ଉତ୍ତାପ ଆଲୋକ ପାଇ ମୁହିଁ ଅଙ୍କୁରିଲି
କୁନି ଚାରା ଟିଏ ହୋଇ ସୂରୁଜ ଦେଖିଲି।
ଆରମ୍ଭରେ ଥିଲି ମୁହିଁ ଦୁଇଟି ପତର
ମାଟି ମାଆ ଠାରୁ ଖାଇ ବୃଦ୍ଧି କଳେବର
ଡାଳ,ଶାଖା, କଳି, ଫୁଲ ଫଳ ବୃଦ୍ଧି ହେଲା
ବିଶାଳ କାୟାରେ ମୋର ଖୁସି ମହକିଲା।
ମୋ ତରୁ ଛାୟାର ତଳ ବିଶ୍ରାମର ସ୍ଥଳ
ଭଲ ଲାଗେ ମନ୍ଦ ମନ୍ଦ ପବନ ଶୀତଳ।
ମୋ ଶରୀର ସବୁ ଅଙ୍ଗ ମାନବ ସେବାରେ
ତଥାପି କୃତଘ୍ନ କେତେ ଭୂଲିଯା'ନ୍ତି ପରେ।
ଯେତେ ଗଛ ଲଗାଇବ, ସେତେ ସୁଖୀ ହେବ।
ପରୋପକାରୀର ପ୍ରାଣ ବିଭୁମୟ ହେବ।
