STORYMIRROR

Manasmita Parida

Inspirational

4  

Manasmita Parida

Inspirational

ଗଛ

ଗଛ

1 min
599

ଗଛ ତାହାର ନା

ଯୁଆଡେ ଯାଅ ଦେଖିବ ତାକୁ 

ସହର ଅବା ଗାଁ।

ଗଛ ଆମରି ବନ୍ଧୁ

ମଣିଷ କୁ ସେ ବଞ୍ଚାଇ ରଖିଛି

ହୋଇ ସେ ସବୁର କେନ୍ଦ୍ରବିନ୍ଦୁ।

ସୃଷ୍ଟି କରାଇ ଅମ୍ଳଜାନ 

ଦେହରେ ଫଳାଏ ଫଳ ଫୁଲ ଯେତେ

ଖାଇବାକୁ ପୁଣି ଦିଏ ଅର୍ଣ୍ଣ।

ଗଛ ହେଉଛି ଆମ ଜୀବନ

ଖରା ଝାଞ୍ଜିରେ ଛାଇ ତ ଦଉଛି

ବରଷା କରାଇବାର ହୋଇଛି ମାଧ୍ୟମ।

ଗଛ ତାହାର ନାମ 

ତୃଣଭୋଜୀଙ୍କର ପ୍ରଧାନ ଖାଦ୍ୟ ସେ

ସେ ହୋଇଛି ବିହଙ୍ଗମାନଙ୍କ ବାସସ୍ଥାନ।

ରହିଛି ତା ଦେହେ ଯେତେ ଔଷଧ

ରୋଗୀ ପାଇଁ ସିଏ ସାଜିଛି ବୈଇଦ।

ପୃଥିବୀର ସାଜି ରକ୍ଷାକାରିଣୀ

ସବୁଜ ବଳୟ ସୃଷ୍ଟିକାରିଣୀ।

ପୂରଣ କରି ସେ ସବୁ ଆବଶ୍ୟକତା

ଯେତେ କହିଲେ ବ ଅଳ୍ପ ହୁଏ ତା କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational