ଗଛ ମୁଁ ଶୁଣ ମୋ କଥା
ଗଛ ମୁଁ ଶୁଣ ମୋ କଥା
ଏତେ ନିଷ୍ଠୁର ହୁଅ ତୁମେ କେମିତି ଏତେ ଶିକ୍ଷିତ ହୋଇ
କୁହ ଜୀବନ ସାରା ତୁମକୁ ମାଗିଛି କି କିଛି
ଥରେ ଭାବି ଦେଖ ଦେଇଛକି କୁଛି ମୋତେ ନିଜ ଇଚ୍ଛାରେ
ହେଲେ ମୁଁ ସବୁ ମୋର ସବୁକିଛି ଲେଖିଦେଇଛି ତୁମରି ନାଁରେ
ମୋଠୁ କାଠ ନିଅ ଡାଳ ନିଅ ଆଉ ପତ୍ରବି ବଦଳରେ
ମୁଁ ହୁଏ ଶାଖାହୀନ,ପତ୍ରହୀନ ଆଉ ଶେଷରେ ହରାଏ ଅସ୍ତିତ୍ବ
ତୁମେ ଯେମିତି ପାର ବ୍ୟବହାର କର ମୋତେ ନିଜରି ଇଛାରେ
କେବେ ଘରର ଆସବା ପତ୍ରରେ,କେବେ ଘର ତିଆରିରେ
ପୁଣି କେବେ ଗଢ଼ିବସ ମୋଠାରେ ସ୍ମୃତିର ଇଲାକା
ରଙ୍ଗ ବେରଙ୍ଗର ସଜାଇ ଦିଅ ମୋତେ କେତେ କଳାର ଆକୃତି
ମୋ ମସୃଣ ପୃଷ୍ଠଭୂମିପରେ ଖୋଦେଇ କର
କେତେ କେତେ ସପ୍ତାଶ୍ଚର୍ଯ୍ୟ ନିଜର ଆଗାମୀ ପିଢ଼ି ଲାଗି
ହେଲେ ମୁଁ କଣ ପାଏ ଜୀବନ ସାରା
ହଁ କେବେ କେବେ ଖୁସିରେ ଆତ୍ମବିଭୋର ହୁଏ
ଯେଉଁ ଦିନ କେହି କାହାର ଜନ୍ମଦିନରେ ସମାଜର ମଙ୍ଗଳ ଲାଗି
ତାର କୁନି କୁନି ହାତରେ ମୋତେ ଆଣି ମାଟିରେ ପୋତିଦିଏ
କୁନି କୁନି ହାତରେ ମୋ ଚେରରେ ପାଣି ବୁନ୍ଦାଏ ଢାଳିଦିଏ
ମୋ ଫୁଲକୁ ଧରି ଖୁସିରେ ନାଚିଗଲେ ମୋ ଫଳକୁ ଖାଇ ଭୋକ ମେଂଟାଏ
ଯୋଉଦିନ ସମାଜରେ ବାର୍ତା ଦିଏ ଗଛଟିଏ ଲଗାଇବାକୁ
ଆଉ ଯତ୍ନ ନେବାକୁ ନିଜର ପିଲା ପରି
ତୁମ ପିଲା ସିନା ତୁମକୁ କେବେ ଧୋକା ଦେଇପାରନ୍ତି
ହେଲେ ମୁଁ ଆଜି ବି ଅଛି କାଲିବି ଥିବି ତୁମ ମଙ୍ଗଳ ଲାଗି
ମୋର ଅମ୍ଳଜାନକୁ ତୁମକୁ ଦେଇ ଦେଇ ତୁମ ଖୁସିରେ ଖୁସି ହୋଇ।।