STORYMIRROR

subrat kumar jena

Inspirational

3  

subrat kumar jena

Inspirational

ଗଛ ମୁଁ ଶୁଣ ମୋ କଥା

ଗଛ ମୁଁ ଶୁଣ ମୋ କଥା

1 min
263

ଏତେ ନିଷ୍ଠୁର ହୁଅ ତୁମେ କେମିତି ଏତେ ଶିକ୍ଷିତ ହୋଇ

କୁହ ଜୀବନ ସାରା ତୁମକୁ ମାଗିଛି କି କିଛି

ଥରେ ଭାବି ଦେଖ ଦେଇଛକି କୁଛି ମୋତେ ନିଜ ଇଚ୍ଛାରେ

ହେଲେ ମୁଁ ସବୁ ମୋର ସବୁକିଛି ଲେଖିଦେଇଛି ତୁମରି ନାଁରେ

ମୋଠୁ କାଠ ନିଅ ଡାଳ ନିଅ ଆଉ ପତ୍ରବି ବଦଳରେ

ମୁଁ ହୁଏ ଶାଖାହୀନ,ପତ୍ରହୀନ ଆଉ ଶେଷରେ ହରାଏ ଅସ୍ତିତ୍ବ

ତୁମେ ଯେମିତି ପାର ବ୍ୟବହାର କର ମୋତେ ନିଜରି ଇଛାରେ

କେବେ ଘରର ଆସବା ପତ୍ରରେ,କେବେ ଘର ତିଆରିରେ

ପୁଣି କେବେ ଗଢ଼ିବସ ମୋଠାରେ ସ୍ମୃତିର ଇଲାକା

ରଙ୍ଗ ବେରଙ୍ଗର ସଜାଇ ଦିଅ ମୋତେ କେତେ କଳାର ଆକୃତି

ମୋ ମସୃଣ ପୃଷ୍ଠଭୂମିପରେ ଖୋଦେଇ କର

କେତେ କେତେ ସପ୍ତାଶ୍ଚର୍ଯ୍ୟ ନିଜର ଆଗାମୀ ପିଢ଼ି ଲାଗି

ହେଲେ ମୁଁ କଣ ପାଏ ଜୀବନ ସାରା

ହଁ କେବେ କେବେ ଖୁସିରେ ଆତ୍ମବିଭୋର ହୁଏ

ଯେଉଁ ଦିନ କେହି କାହାର ଜନ୍ମଦିନରେ ସମାଜର ମଙ୍ଗଳ ଲାଗି

ତାର କୁନି କୁନି ହାତରେ ମୋତେ ଆଣି ମାଟିରେ ପୋତିଦିଏ

କୁନି କୁନି ହାତରେ ମୋ ଚେରରେ ପାଣି ବୁନ୍ଦାଏ ଢାଳିଦିଏ

ମୋ ଫୁଲକୁ ଧରି ଖୁସିରେ ନାଚିଗଲେ ମୋ ଫଳକୁ ଖାଇ ଭୋକ ମେଂଟାଏ

ଯୋଉଦିନ ସମାଜରେ ବାର୍ତା ଦିଏ ଗଛଟିଏ ଲଗାଇବାକୁ

ଆଉ ଯତ୍ନ ନେବାକୁ ନିଜର ପିଲା ପରି

ତୁମ ପିଲା ସିନା ତୁମକୁ କେବେ ଧୋକା ଦେଇପାରନ୍ତି

ହେଲେ ମୁଁ ଆଜି ବି ଅଛି କାଲିବି ଥିବି ତୁମ ମଙ୍ଗଳ ଲାଗି

ମୋର ଅମ୍ଳଜାନକୁ ତୁମକୁ ଦେଇ ଦେଇ ତୁମ ଖୁସିରେ ଖୁସି ହୋଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational