STORYMIRROR

Kishore Nayak

Inspirational

4  

Kishore Nayak

Inspirational

ଗଛ ଲଗାଇବା ଆସରେ ଭାଇ

ଗଛ ଲଗାଇବା ଆସରେ ଭାଇ

1 min
268

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଗଛ ଲଗାଇବା ଆସରେ ଭାଇ 

       ଗଛ ଲଗାଇବା ଆସ 

ସବୁଜ ସୁନ୍ଦର ହୋଇବ ଧରା 

       ଆମ ଏଇ ପରିବେଶ ll


ପାହାଡ଼ ବକ୍ଷରେ ସାଗର କକ୍ଷରେ 

       ତଟିନୀର କୂଳେ କୂଳେ 

ଜନପଥ ଧାରେ ଗଛଟିଏ ପୋତି 

      ପାଣି ଦେବା ତା'ର ମୂଳେ ll


ସବୁଜ ବନାନୀ ସୃଷ୍ଟି କରି ଧରା 

        କରିବା ସବୁଜମୟ 

ବନ୍ୟା ଜଳ ଧାରା ପ୍ରଖର ସ୍ରୋତରୁ 

       ରୋକିବା ମୃତ୍ତିକା କ୍ଷୟ ll


ସବୁଜ ଜଙ୍ଗଲ ଆଣିଦେବ ପୁଣି 

       ଆମ ପାଇଁ ଅମ୍ଳଜାନ 

ରୌଦ୍ର ତାପୁ ଧରା ରକ୍ଷା ପାଇ ହେବ 

        ବରଷାର ଆଗମନ ll


ବୃକ୍ଷ ଲତା ବିନା ଅମ୍ଳଜାନ ପୁଣି 

       କେଉଁଠୁ ଆସିବ କାହିଁ? 

ଅମ୍ଳଜାନ ବିନା ଏ ଜୀବଜଗତ 

       କ୍ଷଣିକେ ବଞ୍ଚିବ ନାହିଁ ll


ଅଙ୍ଗାରକାମ୍ଳରେ ହେବ ପରିପୂର୍ଣ୍ଣ 

       ଜୀବଜଗତଟା ସାରା 

ଜୀବ ଜନ୍ତୁ ସବୁ ଶ୍ୱାସ ରୁଦ୍ଧ ହେବେ 

      ଶୂନ୍ୟ ହେବ ଏଇ ଧରା ll


ରୌଦ୍ର ତାପେ ଧରା ହେବ ଥରହର 

       ବରଷା ଆସିବ ନାହିଁ 

ବୃକ୍ଷ ଲତା ବିନା ପ୍ରକୃତିର ଭାର 

       ତାଣ୍ଡବ ରଚିବ ତହିଁ ll


କାଟ ନାହିଁ ଗଛ ମଣିଷ ଭାଇରେ 

      କାଟ ନାହିଁ ଗଛ ଆଉ 

ଗଛକୁ କାଟିଲେ ବୃକ୍ଷ ହୀନେ ଧରା 

      ପ୍ରକୃତି ସାଜିବ ଦାଉ ll


ଗଛ ଛାଇ ଦିଏ କେତେ ଶୀତଳତା 

     ଘୋର ଗିରିଷମ କାଳେ 

କେତେଯେ ପଥିକ ପଥ ଶ୍ରମ କ୍ଳାନ୍ତି 

     ମେଣ୍ଟାନ୍ତି ତାହାରି ମୂଳେ ll


ଗଛ ଲଗାଇବା ମଣିଷ ଜୀବନେ 

      ଅଟଇ ମହତ କାର୍ଯ୍ୟ 

ବୃକ୍ଷଟେ ରୋପଣ କରିବାକୁ କେବେ 

     ଭୁଲିବ ନାହିଁରେ ଆର୍ଯ୍ୟ ll



Rate this content
Log in

Similar oriya poem from Inspirational