STORYMIRROR

Anam Charan Sahoo

Action

3  

Anam Charan Sahoo

Action

ଗଛ ଲଗାଇବା ଆସ

ଗଛ ଲଗାଇବା ଆସ

1 min
172

ଗଛ ଲଗାଇବା ଆସଗୋ ବଉଳ

ଗଛ ଲଗାଇବା ଆସ

ଏବେଠାରୁ ଯଦି ବୁଝି ନ ପାରିବା

ସବୁ ହୋଇଯିବ ନାଶ।


ଗିରିଷମ କାଳେ ତପତ ଧରାରେ

ବାଟୋଇ ଖୋଜଇ ଛାଇ

ବୃକ୍ଷ ଥିଲେ ସିନା ଛାଇ ମିଳିବରେ

ଜାଣିରଖ ଦାମ ଭାଇ

ନେଡି ଗୁଡ ବୋହି କହୁଣୀ ଛୁଇଁଲେ

ହଜିଯିବ ଆମ ବାସ ।୧।


ବରଷା କାଳରେ ବରଷା ବରଷେ

ଶୀତଳ ହୋଇଲେ ବାୟୁ

ପ୍ରଶ୍ବାସେ ଆମର ଥିଲେ ଅମ୍ଳଜାନ

ବଢେ ସିନା ବଳ,ଆୟୁ

ଜଙ୍ଗଲ ସମ୍ପଦ ହେଲେ ଅବକ୍ଷୟ

ହୋଇଯିବା କାଳ ଦାସ ।୨।


ଖାଦ୍ୟ, ଫୁଲ, ଫଳ ଯୋଗାଇ ସକଳ

ଦିଏ ଓଉଷଧ ଜାଳ

ମୃତ୍ତିକା ଧାରଣ କରେ ଆମ ପାଇଁ

ତା ପାଶେ ହାରଇ କାଳ

ଜନ ସମାଜର ପରମ କଲ୍ଯାଣୀ

କରନାହିଁ ପରିହାସ ।୩।


Rate this content
Log in

Similar oriya poem from Action