STORYMIRROR

Chaturbhuja Sahoo

Inspirational

4  

Chaturbhuja Sahoo

Inspirational

ଗଛ କହେ କାହାଣୀ

ଗଛ କହେ କାହାଣୀ

1 min
295


ଗଛ କହେ କାହାଣୀ 

           ଶୁଣ ମାଆ ଭଉଣୀ

କି ଦୁଃଖ ଲେଖା ତା' କପାଳେ ପୁଣି ।

କି ଦୁଃଖ ଲେଖା ତା'କପାଳେ ପୁଣି ।


ସତ୍ୟ ଥିଲା ଧର୍ମ ଥିଲା ଥିଲା ବିଚାର

ପ୍ରକୃତିର ଶୋଭାରାଜି ଅତି ସୁନ୍ଦର

ବିଜ୍ଞାନୀ ମଣିଷ ଏବେ କିଛି ନ ଜାଣି

ଦାଉ ସାଧେ ବୃକ୍ଷ ପାଇଁ ବୃକ୍ଷ କୁ ହାଣି


କି ଦୁଃଖ ଲେଖା ତା'କପାଳେ ପୁଣି ।


ଗଛ ଦିଏ ଅମ୍ଳଜାନ କରାଏ ବର୍ଷା

ବର୍ଷାଯୋଗୁଁ ଚାଷୀପୁଅ ବୋଲାଏ ଚଷା

ବୃକ୍ଷହୀନ ଏ ଜଗତ ନ ମିଳେ ପାଣି 

କି ଦୁଃଖ ଲେଖା ତା'କପାଳେ ପୁଣି ।


ବିଶ୍ବତାପାୟନ ଯୋଗୁଁ କେତେ କଷଣ

ଅଯଥାରେ ଚାଲିଯାଏ କେତେ ପରାଣ

ହାହାକାର ଖେଳ ଦେଖ ଜଗତେ ଜାଣି

କି ଦୁଃଖ ଲେଖା ତା'କପାଳେ ପୁଣି ।


ଫେରିବା ର ଯୁ' ନାହିଁ ମଣିଷ ଠାରେ 

ସ୍ବାର୍ଥ ପାଇଁ ମତଭେଦ ସବୁରି ଘରେ 

ବୁଝେନାହିଁ ଏ ମଣିଷ ମାରେ ଫୁଟାଣି

କି ଦୁଃଖ ଲେଖା ତା'କପାଳେ ପୁଣି ।


ଗଛକଟା ଅବାଧରେ ଆଣେ ବିନାଶ

ବିକାଶ ନାମେ ମଣିଷ ପିଉଛି ବିଷ

ବରଫ ତରଳି ଦେଖ ବହୁଛି ପାଣି

କି ଦୁଃଖ ଲେଖା ତା'କପାଳେ ପୁଣି ।


ସବୁଜଘର ପ୍ରଭାବ କି ତାପମାତ୍ରା

ପ୍ରକୃତି ଶୃଙ୍ଖଳ ଭାଙ୍ଗି ଜୀବନ ଯାତ୍ରା

ବିଲୁପ୍ତ ଏ ଦୁନିଆରୁ କେତେ ଯେ ପ୍ରାଣୀ

କି ଦୁଃଖ ଲେଖା ତା'କପାଳେ ପୁଣି ।


ଗୁଳିଗୋଳା ବର୍ଷଣକୁ ଯୁଦ୍ଧ ଉତ୍ପାତ

ଧ୍ବଂସମୂଖୀ ଏ ପ୍ରକୃତି ଭାରି ଚିନ୍ତିତ

ଶେଷକାଳେ ଶୁଣଥରେ ବୃକ୍ଷର ବାଣୀ

କି ଦୁଃଖ ଲେଖା ତା'କପାଳେ ପୁଣି । 


ବଣ ଜଙ୍ଗଲରେ ପରା କେତେ ଦରବ

ଯାହା ସହ ଜଡ଼ିତ ମୋ' ଆଦିମାନବ

ପ୍ରକୃତି ପୂଜକ ହୁଅ ନହୋଇ ବୈର

ବନମହୋତ୍ସବ ପାଳ, ସତର୍କ କର


ମାରନା ସୁନ୍ଦର ଧରା, ମହତ ବାଣୀ

ଖିଲି ଖିଲି ହସି ଉଠୁ ପ୍ରକୃତି ରାଣୀ

କାନ୍ଦେ ଗଛ, ବୃକ୍ଷଲତା କାନ୍ଦେ ଧରଣୀ

କି ଦୁଃଖ ଲେଖା ତା'କପାଳେ ପୁଣି ।



Rate this content
Log in

Similar oriya poem from Inspirational