ଗଛ ଆମର ମିତ
ଗଛ ଆମର ମିତ
ଯା’ ଲାଗି ଆଜିରେ ବଂଚିଛୁ ସଭିଏଁ
ଏ ସୁନ୍ଦର ମୟ ଜଗତେ
ଜୀବନ ଦେଉଛି ଜୀବନ ରଖୁଛି
ଅଛି ପାଖେ ଆମ ସହିତେ ।
ବହୁ ଉପକାରୀ ଆମ ପାଇଁ ସିଏ
ଆମ ପାଇଁ ଦିଏ ଜୀବନ
ସବୁକିଛି ତା’ର ବାଜି ଲଗାଏ
ରଖିବାକୁ ଆମ ପରାଣ ।
ପ୍ରଚଣ୍ଡ ଖରାରେ ବିଛେଇ ଦିଏ ସେ
ତା’ ଦେହର ବିରାଟ ଛାଇ
ପଥ ର ପଥିକ ଯାଉଥିବା ବେଳେ
ଅଟକେ ତା’ ପାଖକୁ ଯାଇ ।
ଦେହରୁ ତାହାର କାଠ ଦେଇଥାଏ
ରୋଷେଇ ପାଇଁ ତ ଲୋଡା ହୋଇଥାଏ
ଜଳେଇବା ପାଇଁ ଯେ ନିଆଁ
ଖୋଜଇ ନିତି ମୋର ମାଆ ।
ଶୀତ ଦିନରେ କାଠ ଜଲାଇ ଆମେ
କରୁ ଶୀତର ନିବାରଣ
ସତରେ ଗଛତୁ କେତେ ଉପକାରୀ
କହିଲେ ସରେନି ତୋ ଗୁଣ ।
ଫୁଲଫଳ ପତ୍ର ଦେଇଥାଉ କେତେ
ଲାଗୁ ସବୁବେଳେ ସେବାରେ
ଆମରି ପାଇଁ ତୁ କେତେ ଯେ ମହାନ
କହି ହେବନାହିଁ କଥାରେ ।
ତୁ ଅଛୁ ବୋଲି ତ ଆକାଶରୁ ଝରେ
ବିନ୍ଦୁ ବିନ୍ଦୁ ବରଷା ରାଣୀ
ତୋ ତଳେ କେତେ ଯେ ଆଶ୍ରୟ ନିଅନ୍ତି
ହାତୀଘୋଡା, ବାଘ ବାଘୁଣୀ ।
ତୋ ଡାଳ ଉହାଡେ ବସା ବାନ୍ଧିଥାନ୍ତି
କେତେ ପକ୍ଷୀ କୀଟପତଙ୍ଗ
ସଭିଙ୍କର ତୁହି ବାସସ୍ଥଳୀ ଅଟୁ
ସମସ୍ତେ ତୋର ସାଥି ସାଙ୍ଗ ।
ତଥାପି ରେ ଗଛ ଆଜିର ମଣିଷ
କାଟୁଅଛି ତୋତେ ନୀଇତି
ନ ଭାବିକି ତୋର ସେବାର ତ୍ୟାଗକୁ
କଷ୍ଟ ଦେଉଛି ଦିନ ରାତି ।
କେବେ କରେ ତୋତେ ଖଣ୍ଡ ବିଖଣ୍ଡିତ
କେବେ ହାଣି କେବେ ଜଲାଏ
ହେଜେ ନାହିଁ ତୋର ଅନୁପସ୍ଥିତିକୁ
ତଥାପି ତୋ ଜୀବନ ନିଏ ।
ତୋ ବିନୁ ଜୀଇବା ନୁହଇ ସମ୍ଭବ
ବୁଝେନି ଏ ମାନବ ଜାତି
କାଟି ହାଣି ତୋତେ ମାରି ଦେଇଥାଏ
କରେ ପରିବେଶର କ୍ଷତି ।
ଆସ ଆଜି ସବୁ ଭାଇ ଓ ଭଉଣୀ
ପରିବେଶ ରକ୍ଷା କରିବା
କାଟିବା ନି ଗଛ ଲଗେଇବା ଚାରା
ଗଛକୁ ସୁରକ୍ଷା ଦେବା ।
ଗଛ ଯେ ଆମର ଅଟେ ସବୁକିଛି
ସେ ଆମର ଜୀବନ ମିତ
ତା ପାଇଁ ଆମେ ତ ବଞ୍ଚିଛୁ ସଭିଏଁ
ଜାଣ ଏହା ନିରାଟ ସତ ।