STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଗାଁର ଇଛା

ଗାଁର ଇଛା

1 min
388

ଇଛା ମୋର ସଜେଇ ହେବାକୁ

ସୁନ୍ଦର ସହର ଭଳି

ଡିବିରି ଲଣ୍ଠନ ଲିଭାଇ ଦେବି

ବିଜୁଳି ବତୀକୁଜାଳି।


ମୋ ଦେହରେ ମୁଣ୍ଡ ଟେକିବ

ଧାଡି ଧାଡି କୋଠା

ଝିଅ ବୋହୁ ପିନ୍ଧିବେ ରଂଗରଙ୍ଗିଆ

ଡ୍ରେସ, ଶାଢ଼ୀ ଓ ମଠା।


କୁଟୀର ଶିଳ୍ପ ଗଢି ଉଠିବ

ମୋତେ ସମୃଦ୍ଧ କରି

ଅର୍ଥନୀତି ମାନଚିତ୍ର ବଦଳିଯିବ

ମୁଁ ହେବି ସହର ପରି।


ମୋ ପିଲାଏ ପାଠ ପଢିବେ

ସିଡି କମ୍ପ୍ୟୁଟରରେ

ରୋଗ ହେଲେ କେହି ଭାଳି ହେବେନି

ଚିକିତ୍ସା ପାଇଁ ଆତୁରେ।


ମୋ ପାଖରେ ମିଳିବ ସ୍ୱାସ୍ଥ୍ୟ ସୁବିଧା

ହୋଇ ଡାକ୍ତରଖାନା

ଅକାଳ ମରିବେନି କେହି ମଣିଷ

ସ୍ୱାସ୍ଥ୍ୟ ସେବାର ବିନା।


ମୋ ମାଟିର ଚଷା ପୁଅ ଚାଷ କରିବ

ବିଜ୍ଞାନ କୌଶଳରେ

ବୈଜ୍ଞାନିକ କୃଷି ଉପକରଣ ଲଗାଇ

ଅଧିକ ଉପୁଜାଇବ ଭଳେ।


ମୁଁ ବି ମଡ଼ର୍ଣ୍ଣ ହେବି ମୋ ଦେହରେ

ହେବ ମଡେଲ ସ୍କୁଲ

ହସ୍ପିଟାଲ, ଵ୍ୟାଙ୍କ, ବ୍ୟବସାୟ କେନ୍ଦ୍ର

ହେବ ବଜାର ଓ ମଲ।


ପରିବହନ ଯୋଗାଯୋଗ ଉନ୍ନତ ହୋଇ

ମୁଁ ସଂଯୋଗ ସ୍ଥାପିବି

ସବୁରି ସହିତ ଯୋଡି ହୋଇ ମୁଁ ବି

ପ୍ରାଣଖୋଲା ହସ ହସିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational