Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy

3  

Bharatabandhu Biswal

Tragedy

ଗାନ୍ଧୀବାଦ ଆଜି କବର ତଳେ

ଗାନ୍ଧୀବାଦ ଆଜି କବର ତଳେ

1 min
277


ପଞ୍ଚସ୍ତୋରୀତମ  ସ୍ୱାଧୀନତା ବର୍ଷ

  ହୋଇଅଛି ପଦାର୍ପଣ

ଭାବିଲେ ଲାଗଇ ଅତ୍ୟନ୍ତ ବିଷାଦ

   ସନ୍ତାପିତ ହୁଏ ମନ ।


ସ୍ୱରାଜ୍ୟ ସ୍ୱପନ  ହୋଇନାହିଁ ପୂର୍ଣ୍ଣ

   ନାଗରିକ ଅଧିକାର 

ପ୍ରତିଟି କ୍ଷେତ୍ରରେ  ଜନ ଉପେକ୍ଷିତ

   ବଢେ ହି°ସା ବଳାତ୍କାର ।


ଶିକ୍ଷା ବାସଗୃହ  ସ୍ୱାସ୍ଥ୍ୟ ଭିତ୍ତିଭୂମି

   ଜନସେବା ସହଯୋଗ

ପାଲଟିଛି ସବୁ  ମିଛ ଆଖିଠାର

   ବ୍ୟବସାୟ ଲାଭପ୍ରଦ ।


ବଢୁନାହିଁ କର୍ମ  ନିୟୋଜନ କ୍ଷେତ୍ର

   କୃଷିଦ୍ରବ୍ୟ ଉତ୍ପାଦନ

ବୃଦ୍ଧି ପାଉଛନ୍ତି  ଶିକ୍ଷିତ ବେକାର

   ବିମୁଖ ଶ୍ରମ ନିର୍ଦ୍ଧନ ।


ବାଡ଼ ଜଗୁନାହିଁ  ଖେତର ଫସଲ

   ପ୍ରଶାସନ ଅବିଶ୍ୱସ୍ତ

ରାତାରାତି ଭଣ୍ଡ  ହୁଏ ପୁଞ୍ଜିପତି

   ପ୍ରବଞ୍ଚକ ସୁବିଖ୍ୟାତ ।


ଗ୍ରାମ୍ୟ ଅର୍ଥନୀତି  ଆତ୍ମନିର୍ଭରତା

  ସାର୍ବଭୈ।ମ ସ୍ୱାଭିମାନ

ବହୁଦୂର ଦିଶେ  ଜନତା ନିକଟୁ

   ପ୍ରାପ୍ତି ମରୀଚିକା ସମ ।


ଅନୀତି ଦୁର୍ନୀତି  ଦେଶୀ ଓ ବିଦେଶୀ

   ନିଶା ସୁଲଭତା ଦେଖି

ଲଜ୍ଜିତ ମହାତ୍ମା  ଜାତିର ଜନକ

   ମୁହଁ ପାରିବେକି ଟେକି ।


ଗାନ୍ଧୀବାଦ ଆଜି  କବରର ତଳେ

  ନୀରବେ ଗୁମୁରି କାନ୍ଦେ

ଜାଗ ମୋ ଭାରତ ପ୍ରିୟ ଦେଶବାସୀ

   ଜୟହିନ୍ଦ ବିଶ୍ୱ ବନ୍ଦେ ।



Rate this content
Log in

Similar oriya poem from Tragedy