STORYMIRROR

Kishore Nayak

Classics Inspirational

4  

Kishore Nayak

Classics Inspirational

"ଗାଁ ଟି ମୋର କେଡେ ସୁନ୍ଦର"

"ଗାଁ ଟି ମୋର କେଡେ ସୁନ୍ଦର"

1 min
408

ଗାଁ ଟି ମୋର କେଡେ ସୁନ୍ଦର 

ସୁନ୍ଦର ତା'ର ପାଟ ଗହୀର 

ନଈ ର ଘାଟ ପୋଖରୀ ତୁଠ 

ସୁନାର କ୍ଷେତ ହସେ 

ପାଟ ପାରିହେଲେ 

ମାମୁଁ ଘର ଗାଁ ଦିଶେ l


ଗାଁ ଟି ମୋର କେଡେ ସୁନ୍ଦର 

ନଥାଏ ଯହିଁ ଆପଣା ପର 

ବାରମାସରେ ତେର ପରବ 

କେତେ ଯେ ଯାନୀ ଯାତ 

ହସ ଖୁସିରେ 

ହୁଅଇ ଭୋଜିଭାତ l


ଗାଁ ଟି ମୋର କେଡେ ସୁନ୍ଦର 

ସତେକି ଅବା ସରଗପୁର 

ଏକାଠି ବସୁ ଏକାଠି ହସୁ 

ସମୟ ଯାଏ ବିତି 

ସଭିଏଁ ଏଠି 

ସୁଖ ଦୁଃଖର ସାଥୀ l


ଗାଁ ଟି ମୋର କେଡେ ସୁନ୍ଦର 

ସୁନ୍ଦର ତା'ର ମଠ ମନ୍ଦିର 

ସବୁଜ ତରୁ ଲତା ଗହଳ 

ବଣ ପାହାଡ଼ ଘେରା 

ପ୍ରକୃତି କୋଳେ 

ଦିଶଇ କେଡେ ତୋରା l


ଗାଁ ଟି ମୋର କେଡେ ସୁନ୍ଦର 

ଅପୂର୍ବ ତା'ର ଶୋଭା ସମ୍ଭାର 

ପ୍ରାତଃ ସୂରୁଜ ନାଲି ମୁରୁଜ 

ଦିଅନ୍ତି ଏଠି ବୁଣି 

ଶୀତୁଆ ସଂଜ ବଉଦ କୁଞ୍ଜ 

ମନକୁ ନିଏ କିଣି l


ଗାଁ ଟି ମୋର କେଡେ ସୁନ୍ଦର 

ନାହିଁରେ ନାହିଁ କଳନା ତା'ର 

ସୁନ୍ଦର ତା'ର ନୀଳ ଆକାଶ 

ତାରା ଜହ୍ନ ରେ ଭରା

ନାଆଁ ଟି ତା'ର

ଅଭୁଲା ଅପାସୋରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics