STORYMIRROR

Papu parida

Tragedy

4  

Papu parida

Tragedy

ଗାଁ ମଶାଣୀ ମୋ ଶେଷ ଠିକଣା

ଗାଁ ମଶାଣୀ ମୋ ଶେଷ ଠିକଣା

1 min
213

ଗାଁ ମାଶାଣୀ ମୋ ଶେଷ ଠିକଣା

ଗାଁ ମାଶାଣୀ ମୋ ଶେଷ ଠିକଣା


ଆରମ୍ଭରେ ନିଆଁ ଅନ୍ତରେ ବି ନିଆଁ

ଦୁଇ ନିଆଁ ମଧ୍ୟେ ଜଳୁଛି ଦୁନିଆଁ

ଜୀବନ ଦିଏ ଯେ ମହାଶିକ୍ଷା ତାର

ସବୁ ଏଠି ପର କର୍ମ ହିଁ ନିଜର l


ମର୍ତ୍ତ୍ୟରେ ଜନମି ମୃତ୍ୟୁକୁ ଡରିଣ

ମର୍ତ୍ତ୍ୟରେ ଜନମି ମୃତ୍ୟୁକୁ ଡରିଣ

କାହିଁ ହେବି ମୁଁ ବାଟବଣା

ଗାଁ ମାଶାଣୀ ମୋ ଶେଷ ଠିକଣା

ଗାଁ ମାଶାଣୀ ମୋ ଶେଷ ଠିକଣା।


ମିଛ ଧନ ଧାନ୍ୟ ମିଛ ଅଭିମାନ

କର୍ମକ୍ଷେତ୍ର ଏଠି କର୍ମ ହିଁ ମହାନ

ମିଛ ଗର୍ବ ପୁଣି ମିଛ ଅହଂକାର

ଚାରିହାତ ଚାଖଣ୍ଡେ ଶେଷ ଏ ସଂସାର।


ମଣିଷ ଜୀବନ ଦୁଇ ପଦ ପରା

ମଣିଷ ଜୀବନ ଦୁଇ ପଦ ପରା

ପଦେ ଜଣା ପଦେ ଅଜଣା

ଗାଁ ମାଶାଣୀ ମୋ ଶେଷ ଠିକଣା

ଗାଁ ମାଶାଣୀ ମୋ ଶେଷ ଠିକଣା।


ଅଧର୍ମ ସଂସାରେ ଅଧର୍ମୀ ମଣିଷ

ଜଳି ଜଳି ହେବି ଶେଷରେ ପାଉଁଶ

ଆଜି ମଲେ କାଲି ଦି ଦିନରେ ଭାଈ

ସମୟ ଦେବ ଯେ ତୁମକୁ ଭୁଳେଇ।


କଣ୍ଟା ହୋଇ କାହିଁ କା ପାଦେ ପଶିବି

କଣ୍ଟା ହୋଇ କାହିଁ କା ପାଦେ ପଶିବି

କାହିଁ ଅଶୁଦ୍ଧ ହେବ ମନଅଗଣା

ଗାଁ ମାଶାଣୀ ମୋ ଶେଷ ଠିକଣା

ଗାଁ ମାଶାଣୀ ମୋ ଶେଷ ଠିକଣା।


ଦେଖିଲି ଦୁନିଆଁ ଜାଣିଲି କୁହୁକ

ପାଇବ ଅଳପ ହାରିବ ଅନେକ

ଲେଖିବି ଏବେ ମୁଁ ନିଜ କର୍ମରେଖା

ଯମ ତରାଜୁରେ କର୍ମ ଏକ ପଖା।


ଛ' ଖଣ୍ଡ ବାଉଁଶ ପାଳ ଦଉଡି ଯେ

ଛ' ଖଣ୍ଡ ବାଉଁଶ ପାଳ ଦଉଡି ଯେ

ଶେଷ ସମ୍ପତି ବୋଲି ହେ ଜଣା

ଗାଁ ମାଶାଣୀ ମୋ ଶେଷ ଠିକଣା

ଗାଁ ମାଶାଣୀ ମୋ ଶେଷ ଠିକଣା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy