STORYMIRROR

Padmalaya Mishra

Inspirational

3  

Padmalaya Mishra

Inspirational

ଗାଁ ମୋର

ଗାଁ ମୋର

1 min
13.1K


ତୁନି ପଡିଲାଣି ଆଉ ଗୁମୁରି କାନ୍ଦୁନି

ଗାଁ ମୋର

ସେ ବି ସଜ ହେଲାଣି

ଲଗାଇ ସ୍ନୋ ପାଉଡର ଅତର ।

ମୋହିନୀ ସହର ଦେଖାଇ ଅଙ୍ଗୀଭଙ୍ଗୀ

ଛଡାଇ ନେଲାଣି ଆପଣଙ୍କୁ

ଅଣ୍ଟା ଭିଡୁଛି ଗାଁ ଏବେ

ଫେରାଇ ଆଣିବ ସଭିଙ୍କୁ ।


ଚିକ୍ ଚିକ୍ କରୁଛି ଗାଁ ଦାଣ୍ଡ

ଦୁଇପଟେ ଛିଡ଼ା ଅଟ୍ଟାଳିକା

ସହରୀ ବାବୁଙ୍କ ଆଖି ଝଲସିବ

ଚାହିଁଥିବେ ହୋଇ ବୋକା ।

ପିଠା ପଣା ସବୁ ରଙ୍ଗ ବଦଳେଇ

ଡାଇନିଂରେ ସଜା ହୁଅନ୍ତି

କାଠଚୁଲି ଆଉ ପଲମ ଯାଗାରେ

ମାଇକ୍ରୋଓଭାନ୍ ରେ ପଶନ୍ତି ।

ଭାଗବତ ଟୁଙ୍ଗୀ ବନ୍ଦ ହୋଇ

କ୍ଲବ ଘରମାନ ଖୋଲିଚି

ପୋଥି ପୁରାଣ ବନ୍ଦ ହୋଇ

ଡିଜେ ନାଚଗୀତ ଚାଲୁଚି ।

ଦେଖିବା ଏଥର ସହର ଫୁଲେଇ

ଗାଁ ଲୋକଙ୍କୁ କେମିତି ଟାଣୁଚି

ସହର ସୁନ୍ଦରୀ ଡାଳେ ଡାଳେ ଗଲେ

ଗାଁ ଏବେ ପତ୍ରେ ପତ୍ରେ ଯାଉଚି ।।।


ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational