Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Action Classics

4.3  

Sambit Srikumar

Abstract Action Classics

ଗାଁ ମାମଲତକାର

ଗାଁ ମାମଲତକାର

1 min
205


ସବୁ ଗାଁରେ ଥାଆନ୍ତି କିଛି କିଛି ମାମଲତକାର

କାହା ହାଣ୍ଡିରେ ଜିରା ଫୁଟିଲେ କରନ୍ତି ବିଚାର ।


ହସ୍ତେ ଧରି ରାଜଦଣ୍ଡ ସଦା କରନ୍ତି ବିହାର

ପୂଜା ପାର୍ବଣେ ସଜାନ୍ତି ନିଜକୁ ଚୋପଦାର ।


ଅଛି କ୍ଷମତା ସବୁ କିଛି ହଜମ କରିବାର

ଏମାନେ ଗାଁର ମହାମାନ୍ୟ ମାମଲତକାର ।


ଠାକୁରଙ୍କ ଦ୍ୱାହି ଦେଇ ନାନା ବ୍ୟାଭିଚାରେ ଲିପ୍ତ

ଧର୍ମ ନାମେ ଦୀନ ଜନ ଲୁଣ୍ଠନରେ ସିଦ୍ଧହସ୍ତ ।


ସାମୁହିକ ସ୍ୱାର୍ଥ ତ୍ୟଜି ନ୍ୟସ୍ତ ସ୍ଵାର୍ଥେ ବ୍ୟସ୍ତ

କରିବାକୁ କରଗତ ପରଧନ ସଦା ବ୍ୟାକୁଳିତ ।


ରକ୍ତର ସଂପର୍କେ ଏମାନେ ସୃଜନ୍ତି ବିଭେଦ

ଭାଇ ଖୋଳେ ନିଜ ଭାଇ ପାଇଁ ଖାତ। l


ଏମାନଙ୍କ ଲାଗି ଗ୍ରାମେ ଗ୍ରାମେ କୂଟ

ସତ୍ୟ ଧର୍ମ ନ୍ୟାୟ ଆଜି କଳଙ୍କିତ ।


ସବୁ ମାମଲାରେ କରନ୍ତି ପକ୍ଷପାତି ବିଚାର

ଏମାନେ ଗାଁର ମହାମାନ୍ୟ ମାମଲତକାର।



Rate this content
Log in

Similar oriya poem from Abstract