STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଗାଁ'କୁ ଫେରୁଥିବା ଟ୍ରେନ

ଗାଁ'କୁ ଫେରୁଥିବା ଟ୍ରେନ

3 mins
304



ସେ ଦିନ ଗାଁ'କୁ ଟ୍ରେନଟି ଫେରୁଥାଏ। ବଡ଼ ଭୟଙ୍କର ଗର୍ଜନ କରି। ମୁଁ ଭାରି ଅସ୍ତବ୍ୟସ୍ତ ହେଉଥାଏ କି ଯଥାଶୀଘ୍ର ଟ୍ରେନଟି ଆସନ୍ତା ତ ମୁଁ ଆତ୍ମହତ୍ୟା କରି ନିଅନ୍ତି। ମୋର ମନ ଗହନ ତଳେ ଅସୁମାରୀ ବ୍ୟଥା କି ଆଉ ଏ ଦୁର୍ବ୍ୟବହାର ଓ ଅକଥନ ଅସହ୍ୟ ଅଟେ। ଜୀବନରେ କେବେ ଏମିତି ଶୁଣି ନ ଥିଲି ଅଥଚ ମୋତେ ଶୁଣାଇବ ପତ୍ନୀ ପୁରୁଷାର୍ଥ ହୀନତା ସକାଶେ।

        ବିବାହର ମାତ୍ର ଅଳ୍ପ କେଇ ଦିନ ନ ଯାଉଣୁ ପତ୍ନୀର ଅପଭାଷା ଶୁଣିବା ଅସହ୍ୟ ହେବାରୁ ମୁଁ ଦୌଡ଼ିଗଲି ଗାଁ'କୁ ଫେରି ଆସୁଥିବା ଟ୍ରେନ୍ ପାଖକୁ। ମୃତ୍ୟୁର କୋଳରେ ଶୋଇବାକୁ। ମୁଁ ଯଦି ମୃତ୍ୟୁର କୋଳରେ ଶୋଇଯାଏ ତ ତା' ମଥାରୁ ଅବଶ୍ୟ ସିନ୍ଦୂର,ହାତରୁ କଙ୍କଣ ଆଉ ଦେହରେ ଯେବେ ଧଳା ଲୁଗା ଶୋଭା ପାଇବ ଜାଣିବ ସ୍ୱାମୀର ମୂଲ୍ୟ କେତେ? ରାଗ ତମତମ ହୋଇ ଦୌଡି ଟ୍ରେନର ସାମ୍ନାରେ ଯାଇ ପଶିଯିବି ବୋଲି ଉଦ୍ୟତ ହେଉଥାଏ ମାତ୍ର ଟ୍ରେନଟି ଭୀଷଣ ଅବାଜ ଦେଇ କାନର ଅତଡ଼ା ଖସାଇ ଦେଉଥାଏ। ମୁଁ ଠିକଣା ସମୟରେ ଟ୍ରେନର ଆଗରେ ପଡିଗଲି ତ ଟ୍ରେନର ପାଇଲଟ୍ ମୋତେ ନ ମଡାଇ କେମିତି ଧରିକି ଫିଙ୍ଗିଦେଲା। ମୁଁ ଧାରଣାର ବହୁ ଦୂରରେ ଯାଇ ଛିଟିକି କି ପଡ଼ିଗଲି। ମୁଁ ବିକଳ ହୋଇ ଚିତ୍କାର କରୁଥାଏ। ମୋତେ ସହାୟତାର ହାତ ଅବା ବଢେଇବ କିଏ? ମୁଁ ସେତେବେଳେ ଅନୁଭବ କରୁଥିଲି କି ଯଦି ପତ୍ନୀର ଝିଙ୍ଗାସ ସହି ଯାଇଥାନ୍ତି ତେବେ ଏମିତି ଆଉ ଦୁଃଖ କି କଷ୍ଟ ଭୋଗିବାକୁ ପଡ଼ି ନ ଥାନ୍ତା।

       ମୋର ଆଖିରେ ଅନନ୍ତ ଲୁହ। ମୁଁ ଛଟପଟ୍ ହେଉଥାଏ ଆଉ ପତ୍ନୀକୁ ଶତ ଧନ୍ୟବାଦ ଦେଉଥାଏ କି ସତରେ ତୁମେ ମହାଦେବୀ ତୁମର ସିନ୍ଦୂର ଆଉ କଙ୍କଣ ଅଟକାଇ ଦେଲା। ତୁମର ବୈଧବ୍ୟ ଯନ୍ତ୍ରଣା ଆଉ ଭୋଗିବାକୁ ପଡ଼ିବ ନାହି କିନ୍ତୁ ମୋତେ ଅନନ୍ତ ଦୁଃଖ ଭୋଗିବାକୁ ହିଁ ଅଛି। ଯେମିତି ଏବେ ଏଠାରେ ପଡ଼ିକି ଛଟପଟ ହେଉଛି। ଯଦି ଘରକୁ ଯିବି ତ ତୁମର ସେ ଭୀଷଣ ନାଲି ଆଖି। ଧିକ ! ମୋର ଏ ଜୀବନକୁ। ମୁଁ ନ ମରି ବଞ୍ଚିଗଲି କାହିଁକି?

       ମୁଁ ଭାବନା ରାଜ୍ୟରେ ଘୂରି ବୁଲିବାବେଳେ ଦେଖିଲି ଏକ ମାଲବାହୀ ଟ୍ରେନ ସାମ୍ନାକୁ ମାଡ଼ି ଆସୁଛି। ବଳ ପ୍ରୟୋଗ ଓ କୌଶଳ କରି ନିଜକୁ ଘୋଷାରି ନେଲି ଟ୍ରେନ ଧାରଣା ସାମ୍ନା ପାଖକୁ ଯ

ାଇ ମୃତ୍ୟୁର କୋଳରେ ଶୋଇବା ନିଶ୍ଚିତ ମଣିଲି ମାତ୍ର ନିଆଁଲଗା ମାଲବାହୀ ଟ୍ରେନଟି ମଧ୍ୟ ସେଇ ଯାତ୍ରୀବାହୀ ଟ୍ରେନଟି ପରି ଫିଙ୍ଗିବାକୁ ପଛେଇଲା ନାହି। ଆଗରୁ ଗୋଡଟିଏ ଓ ହାତଟାଏ ଯାଇଥିଲା ଏବେ ପୁଣି ବାକି ରହିଥିବା ଅଙ୍ଗକୁ ଭାଙ୍ଗି ଚୁରମାର କରିଦେଲା। ମୁଁ ତ ମରିବାକୁ ଆସିଥିଲି ଅଥଚ ନ ମରି ବାରବାର ବଞ୍ଚି ଯାଉଛି କାହିଁକି? ଭୟଙ୍କର ଯନ୍ତ୍ରଣା ସହିତ ସଂଗ୍ରାମ କରୁଥାଏ ପୁଣି ଆସିଲା ଏକ ଯାତ୍ରୀବାହୀ ଟ୍ରେନ ତ ଶତଚେଷ୍ଟା କଲି ହେଲେ ବିଲକୁଲ ଟ୍ରେନ ଧାରଣା ପାଖକୁ ଯାଇ ପାରିଲି ନାହିଁ। ଯାତ୍ରୀବାହୀ ପାଇଲଟ୍ ମୋତେ ଭଲକି ଦେଖିନେଲା ତ ପ୍ଲାଟଫର୍ମରେ ଯାଇ ସବୁକଥା ଫିଟାଇ କହିଲା। ଏଥର ପୋଲିସ ସହ ହଜାର ହଜାର ଲୋକ ଯୋଗ ଦେଇ ମୋତେ ଉଦ୍ଧାର କରି ଡାତ୍କରଖାନା ନେଇଗଲେ। ମୁଁ ଅଳ୍ପ କେଇମାସ ପରେ ଯଦିଓ ଭଲ ହୋଇଗଲି ତଥାପି ବିକଳାଙ୍ଗ ଜୀବନ ଭୋଜିବାକୁ ପଡୁଛି।

     ମୋତେ ତ ମୋର ପତ୍ନୀ ବିଲକୁଲ ଭଲ କି ଶୁଭ ଦୃଷ୍ଟିରେ ହିଁ ଦେଖୁ ନ ଥିଲା। ସେ ମୋତେ ଛାଡ଼ି ଏବେ ଅନ୍ୟତ୍ର କାହାର ହୋଇଲି ରହିଗଲା। ଏବେ ମୁଁ ବାପା ଓ ମାଆଙ୍କର ବୋଝ ହୋଇକି ରହିଗଲି। ବାପା ଓ ମାଆ ମୋର ହାବଭାବ ଦେଖି ଦିନେ ବାଟକୁ ଆସିବ ବୋଲି ବିବାହ କରାଇ ଦେଇଥିଲେ। ମୁଁ କିନ୍ତୁ ପତ୍ନୀକୁ ପୂରା ଜାହିର କରୁଥିଲି ଯେମିତି ମୁଁ ଜଣେ ବୀର ପୁରୁଷ ମୋର ପାଖରେ ବଶୀଭୂତ ହେବାକୁ ପତ୍ନୀ ଆସିଛି। ମୋର ପାଖରେ ମୁଣ୍ଡ ନୁଆଇଁ କି ରହିବାକୁ ବାଧ୍ୟ। ଆଜି ଯୁବକ କାଳରେ ସଭିଙ୍କର ସେବା କରିବାର କଥା ହେଲେ ପୂରା ବିପରୀତ। ମୋତେ ମୋର ବାପା ଆଉ ମାଆ ସେବା କରୁଛନ୍ତି ଯେମିତି ଏବେଏବେ ଜନ୍ମ ଦେଇଛନ୍ତି।

     ସବୁଦିନ ଗାଁ'କୁ ଟ୍ରେନଟି ଆସୁଛି ଆଉ ଯାଉଛି ହେଲେ ମୋର ଦେହ ଓ ମନ ବିଦ୍ରୋହ କରୁଛି। କାହିଁକି ମୁଁ ଅଳସୁଆ ହେଲି? ନିଜେ ରୋଜଗାର ନ କରି ପତ୍ନୀକୁ ଜାହିର କରୁଥିଲି। ମୋର ଅସହାୟତା ଦେଖି ଗାଁ'କୁ ଆସୁଥିବା ଟ୍ରେନଟି ଆଉ ବୋଧେ ଅସହ୍ୟ ହୋଇ ଯାଇଛି। ପାଖକୁ ଆସିଲେ ହିଁ ଭୟଙ୍କର ଭାବରେ ଗର୍ଜନ କରି ଖଟେଇ ହୋଇ ଚାଲି ଯାଉଛି। 

      ଆଜିକାଲି ମୋତେ ଗାଁ'କୁ ଆସୁଥିବା ଟ୍ରେନର ଶବ୍ଦ ଶୁଣିଲେ ହିଁ ନିଜକୁ ଲଜ୍ଜିତ ଓ ଘୃଣିତ ହେବାକୁ ପଡୁଛି।

        


Rate this content
Log in

Similar oriya poem from Abstract