STORYMIRROR

Kabiratna Nutan Kumar Behera

Classics Inspirational

3  

Kabiratna Nutan Kumar Behera

Classics Inspirational

ଗାମୁଛା

ଗାମୁଛା

1 min
150


ତିନ୍ତି ଗଲେ ବର୍ଷାରେ

ବେଳ ଅବେଳ କି ସକାଳ ସଂଜରେ

ଉଡା ପବନର ଧୂଳି ବାଲି ଝଡ଼ରେ

ଅବା ଶ୍ରମ ସାଧନର କ୍ଳାନ୍ତ ମୁହୂର୍ତ୍ତରେ

ଭିଜା ଭିଜା ଦେହର ବତୁରା ମଳି

ଝାଳରେ ଝାଳେଇ ଯାଇ

ନିହାତି ଅଛୁଆଁ ଲାଗିଲା ପରି

ହୁଏ ଯେବେ ନିଜର କି ଅନ୍ୟ ପାଖରେ

ଗାମୁଛା ହୁଏ ସବୁଠାରୁ ବେଶି ଲୋଡା

ଘସି ମାଜି ପୋଛି ଦିଏ ସେ

ନିଗିଡି଼ ପଡୁଥିବା ଦୁଃଖ ମେହନତିର

ଯେତେ ଅବସାଦ ଗ୍ଳାନିକୁ 

ସଫାସତୁରା କରି ରଖେ ଏ ଶରୀର

କରେନା କିଛି ଆପତ୍ତି ବି ଥରେ

ଦାମୀ ପୋଷାକ ପ୍ରସାଧନ ଅଳଙ୍କାର 

ମୂଲ୍ୟଠାରୁ ଏହାର ମୂଲ୍ୟ

ହୋଇଥିଲେ ବି ଊଣା 

କରି ଚାଲିଥାଏ ସଦା ଉପକାର

କେହି ବି କେବେ ନ ଥିଲେ ପାଖରେ

ମେଲାଇ ଦେଇ ତାର ସମଗ୍ର ପୃଷ୍ଠ

ଅବଶ ଦେହକୁ ବିଶ୍ରାମ ଦିଏ 

ଗଛମୂଳ ଗହଳ ଛାଇରେ ଶୁଆଇ

ମୁଣ୍ଡଠୁ ହାତ ଗୋଡ଼ ସନ୍ଧି ସ୍ଥାନ

ସବୁର ନିଏ ଯତ୍ନ ମାଆର ପଣତ ପରି

ଗାଧୁଆ ପାଧୁଆ ହାତଧୁଆ ପରେ

ବନ୍ଧୁ ପରି ହୁଏ ଯଥେଷ୍ଟ ସହାୟକ

ଗାମୁଛାର ସେବା ତ୍ୟାଗ ଅନନ୍ଯ

ଗରିବ କି ଧନୀ ତା' ପାଖରେ

ସବୁ ବର୍ଗର ସମସ୍ତେ ସମାନ

ଯେତେ କାମ କରୁଥାଏ ଖୁସିରେ

ଛିଡି଼ଗଲେ ଛିଡାକନାଟିଏ ହୋଇ ବି

କରୁଥାଏ ସେ ଯାବତୀୟ ସଫେଇ

ଗାମୁଛାର ଅବଦାନ ଅତୁଳନୀୟ

ମନଟା ଯଦି ଗୋଟେ ଗାମୁଛା ପରି ହୁଏ

ସେବା ମନୋଭାବ ରଖି

ସାରା ସଂସାରକୁ ସେ କରି ଯିବ ଜୟ।

 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics