STORYMIRROR

ବି. ନିରୁପମା

Action Others

4  

ବି. ନିରୁପମା

Action Others

ଗାଈ ଦୁହୁଁଥିଲି ତେଣେ

ଗାଈ ଦୁହୁଁଥିଲି ତେଣେ

1 min
258


ହେଇ ଲୋ ସେଇଠି ବଇଁଶୀ ବାଉଛି

ଆମେ ଖୋଜୁଛନ୍ତି ଏଣେ,

ପୁଅକୁ ଶିଖେଇ ସଙ୍ଗେ ଆଣିଥିଲା

କେଜାଣି ସେ ଗଲା କେଣେ !

ୟାଙ୍କ ଲାଗି ନୂଆ ଯୋଡ଼

ଆଣି ଦେଇଥିଲି, ଯାତରାରୁ ପରା

ଶରଧା କରିକି ବଡ଼ ।


ପୁଅକୁ ଶିଖେଇ ସେ ବସନ ଆଣି,

ଦେଇଦେଲା ଗୋଟେ ଭିକାରୀକୁ ଜାଣି 

ଚାଉଳ ଦି ସେର, ପିଠା ମିଠା ଖିରି,

ଡାକି ଧରାଇଲା, କଉଶଳେ ଠାରି

ଦେଖିଥିଲା ବୋଲି କହିଦେଲା ଶାରୀ

ଗାଈ ଦୁହୁଁଥିଲି ତେଣେ ।

ହେଇ ଲୋ ସେଇଠି ବଇଁଶୀ ବାଉଛି

ଆମେ ଖୋଜୁଛନ୍ତି ଏଣେ


ୟା ବହପ କେତେ ଗଲାଣି ଲୋ ବଢ଼ି,

କ୍ଷୀର ଦହି ସର ଲବଣିକୁ ଏଡ଼ି 

ଦିଅଁ ପୂଜା ଲାଗି ଥିଲି ଯାହା ବାଢ଼ି,

ଦାନ କରିଦେଲା -ବସ୍ତ୍ର ଓ କଉଡ଼ି

ଯଶୋଦା ଆଗକୁ ନେଇଯିବା ଭିଡ଼ି

ମିଛ ଲୁହ ଆଖି କୋଣେ ।

ହେଇ ଲୋ ସେଇଠି ବଇଁଶୀ ବାଉଛି

ଆମେ ଖୋଜୁଛନ୍ତି ଏଣେ


ପୁଅକୁ ମୋହର ଦଳେ ଛୁଆ ବେଢ଼ି,

ଖେଳୁଛନ୍ତି ସେଠି ସେ ଡାଳମାଙ୍କୁଡ଼ି

ଛାଟ ଦେଖି ଡରି ଲୁଚେ ଖେଳ ଛାଡ଼ି,

ଏବେ ଯାଇ ତା'ର କାନ ଦେବି ମୋଡ଼ି

କେତେଥର କହୁ ତୁ ଉପରେ ପଡ଼ି

ଦାନୀ ଗଣା ବଡ଼ ପଣେ ।

ହଉ, କଥା ତୋର ମାନିନେବାଟା ହିଁ

ଉଚିତ ବୋଲିକି ମଣେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action