STORYMIRROR

Prafulla Chandra Mishra

Thriller Others

3  

Prafulla Chandra Mishra

Thriller Others

ଗାଅରେ ସାମ୍ୟବାଦର ଗୀତ

ଗାଅରେ ସାମ୍ୟବାଦର ଗୀତ

1 min
191

ନିଷ୍ପେସିତର ବୁକୁ ଲହୁ କେତେ ଶୋଷିବ ଆଉ

ରଙ୍ଗମଞ୍ଚର ନାୟକ ନେପଥ୍ୟେ କିଏ ରେ କିଏ

ରାତି ସରିଆସେ ସପନ ଦେଖିବା ସେତିକି ଥାଉ

ଦେଖ ଦଶଦିଶ ଜଳଇ କାହାର ନିର୍ଦ୍ଦେଶରେ ।।


ଭୈରବ ସହ ନୃତ୍ୟ କରଇ କିଏସେ ଦେଖ

ନିର୍ଯ୍ୟାତିତା ର କୋରଡ ଆଖିରୁ ଝରଇ ଲୁହ

ଦୁର୍ନୀତି ଏଠି ସହର ବଜାରେ ଖେଳଇ ଖେଳ

ଧର୍ଷିତା ଗଉରୀ ଜଳଜଳ ଚାହିଁ ଚାପଇ କୋହ ।।


ବାଣ୍ଟେ ଭାଇଭାଗ ସୀମାରେ କିଏସେ ଟାଣଇ ଗାର

କିଏସେ ବଜାଏ ରୂଦ୍ରବୀଣା ଘରଭୈରବ ତାନେ

କର୍ମ ଫାଟିଯାଏ ସୁଖେନି ଆଖିରୁ ଲୁହର‌ ଧାର

ହସଇ କିଏସେ ଲଗାଇ ନିଆଁ ଜନ ଜୀବନେ  ।।


ସବୁଦିନ ଦେଖ ଜଳେ ଖାଲି ଜୁଇ ଅଭାଗା ଯେତେ

ମୃତ୍ୟୁ କୋଳରେ ଅକାଳେ ଝରଇ କେମିତି ଦେଖ

ଖାତକ କେମିତି ସାହୁକାର ଅଙ୍କ ନିଆଁରେ ଜଳେ

ଚାଷୀ ମରେ ନିତି ବୁଝିବ ବା କିଏ କାହାର ଦୁଃଖ ।।


ଜାଗ୍ରତ ହୁଅ ନିଷ୍ପେସିତ ତୁ ଖଟିଖିଆ ମଜଦୁର

ଜାଗ୍ରତ ହୁଅ କଂକାଳ ସାର୍ ନିର୍ଯାତିତାର ଦଳ

ଝଙ୍କାରି ଉଠୁ ସାମ୍ୟବାଦର ଗୀତ ମୂର୍ଚ୍ଛନା ସ୍ଵର

ଭାଙ୍ଗି ଦୁରାଚାର ଦୁର୍ବାର ଦୂର୍ଗ ପ୍ରଚିର ଦ୍ଵାର  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller