STORYMIRROR

Anjana Naik,Anju..Deogarh

Fantasy

3  

Anjana Naik,Anju..Deogarh

Fantasy

ଗାଆଁର ସ୍ମୃତି

ଗାଆଁର ସ୍ମୃତି

1 min
656

ତୁମେ ଯେବେ ସାଥୀ ମୋର 

ଗାଆଁ ନିଅ ବୁଲେଇ

ନୂଆଁ ନୂଆଁ ଭାବନାରେ 

ଦିଅ ମତେ ହଜେଇ...

ସହରରେ ଫଗୁଣର ଫୁଲ ଫୁଟେନାହିଁ 

ପ୍ରଜାପତି ଫୁଲରେବି ଆଉ ଉଡ଼ୁନାହିଁ 

ଝରଣା ର କୁଳୁକୁଳୁ ଶବଦରେ ମଜି 

ଗୋଧୂଳିର ବେଳାରେ ମୁଁ ନିଜେଯିବି ହଜି

ସେଇ ଆମ୍ବ ବଉଳର ସେଇ ବାସ୍ନା

ସେଇ ବୁଦ୍ଧ ପୂର୍ଣ୍ଣିମାର ସେଇ ଜ୍ୟୋସ୍ନା 

ସେଇ ଜହ୍ନ ତାରାଅଛି ସେଇ ତାତି  

ସେଇ ସ୍ବପ୍ନ ଭରିଅଛି ସେଇ ରାତି

ହେଲେ ମୋର ଠିକଣାଟି ଯାଇଛି ବଦଳି 

ତୁମେ ଯେବେ ସାଥୀମୋର 

ଗାଆଁ ନିଅ ବୁଲେଇ

ପୁରୁଣା ସ୍ମୃତିକୁ ମୋର

ରଖିବି ମୁଁ ଗଣ୍ଠେଇ ।


ଦିନରାତି ବ୍ୟସ୍ତତାର ଜୀବନ ଯୁଧ୍ୟରେ 

ଅଚିହ୍ନା ଲାଗଇ ମୋତେ ଗହଳି ଭିତରେ  

ଗାଆଁମୁଣ୍ଡ ବରଗଛ ଓହଳର ଦୋଳି 

ତେନ୍ତୁଳି ଆମଡା଼ ଓଉ ବାଡ଼ି ବରକୋଳି 

ସେଇ ଚଇତାଳି ନିମ୍ବଫୁଲ କଢ଼ି

ସେଇ ଶ୍ରାବଣରେ ଆସେ ନଇବଢ଼ି 

ସେଇ ରଜଦୋଳି ସୁଭେ ସେଇ ଗୀତ 

ସେଇ ପାନଖିଲି ଖାଇ ବସେ ମିତ 

ହେଲେ ଜଞ୍ଜାଳରୁ ଆଜି ପାରେନି ମୁକୁଳି

ତୁମେ ଯେବେ ସାଥୀ ମୋର 

ଗାଆଁ ନିଅ ବୁଲେଇ

ନୁଆଁ ନୁଆଁ ଅନୁଭୁତି 

ଦିଅ ମତେ ବତେଇ ।


ଧୁଆଁ ଧୁଆଁ ମୋଟରର ଘାଇଁ ଘାଇଁ ରଡି଼

ନୂଆଁ ନୂଆଁ ରୋଗଆସେ ସହରକୁ ମାଡ଼ି 

ଝିପିଝିପି ବରଷାରେ କାଦୁଅର ବାଟ

ସାପ୍ତାହିକ ବସିଥାଏ ଆମଗାଆଁ ହାଟ

ସେଇ ପଡ଼ିଆରେ ଉଡ଼ୁଥାଏ ଗୁଡ଼ି 

ସେଇ ମନହରି ବିକୁଥାଏ ଚୁଡ଼ି

ସେଇ ପୋଖରୀରେ ଭରିଅଛି ପାଣି

ସେଇ ମହୁମାଛି ଜଙ୍ଗଲର ରାଣୀ

ହେଲେ ମୋର ଜୀବନଟା ଯାଇଛି ବିଗିଡି଼

ତୁମେ ଯେବେ ସାଥିମୋର

ଗାଆଁ ନିଅ ବୁଲେଇ 

ଅତୀତର ଭାବନାରେ 

ଦିଅ ମତେ ହଜେଇ ।


ସହସହ ସାଙ୍ଗ ସାଥୀ କେହିନାହିଁ ପାସେ 

ମନେମନେ ନିଜମୁହଁ ଡରିବାର ଦିଶେ 

ଲହଲହ ତାସତଣ୍ଡି ସକାଳର ଶୀତ

ଆମ୍ବ ବଉଳରେ ସୁଭେ କୋଇଲିର ଗୀତ

ସେଇ କଙ୍କିଧରା ମେଳ ସେଇ ଚାରୁ 

ସେଇ ଚାଟଶାଳୀ ପାଠ ସେଇ ଗୁରୁ 

ସେଇ ସଂକୀର୍ତ୍ତନ ବାଜେ ସେଇ ଘଣ୍ଟ

ସେଇ ସଞ୍ଜବତୀ ବାଜେ ସେଇ ସଙ୍ଖ

ହେଲେ ମୋର ପାଖେ ଆଜି ସମୟ ମିଳୁନି 

ତୁମେ ଯେବେ ସାଥୀ ମୋର 

ଗାଆଁ ନିଅ ବୁଲେଇ 

ସାଇତା ସପନ ସଙ୍ଗେ

ଦିଅ ମତେ ମିଳେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy