STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଗାଆଁ କୂଅ

ଗାଆଁ କୂଅ

1 min
275


ଗାଆଁ କୂଅ ସବୁ ଅଖୋଜା ଅଲୋଡା

ଏବେକୁ ଅଦରକାର

ପାଲଟିଛି ଏବେ ଆବର୍ଜନା କୁଣ୍ଡ

ଶୁଖିଲା ତା ପାଣି ଝର ।


ଖୋଳୁଅଛି ଚାଷୀ ବିଲ ବଗିଚାରେ

ସୁଗଭୀର ନଳକୂପ

କରୁଛି ଉନ୍ନତ ଉଦ୍ୟାନ ବଗିଚା

ଫଳ ବାଣିଜ୍ୟିକ ଚାଷ ।


ମଡାଉଛି ଜଳ ଲଗାଇ ମଟର

କରୁଛି ଜଳସେଚନ

କମୁଛି କ୍ରମଶଃ ଅଗଭୀର କୂଅ

ଭୂନିମ୍ନ ଜଳ ପତନ ।


ଗଛ ହୁଏ କଟା କମୁଛି ଜଙ୍ଗଲ

ବଢେ କଙ୍କ୍ରିଟକରଣ

କମେ ବୃଷ୍ଟିପାତ ଜଳବାୟୁ ଶୁଷ୍କ

ବାଧିତ ଅବଶୋଷଣ ।


ପାନୀୟ ଜଳର ଉତ୍କଟ ଅଭାବ

ସହର ଓ ଗ୍ରାମାଞ୍ଚଳେ

ଦିନ ପ୍ରତିଦିନ ହୁଏ ସାଙ୍ଘାତିକ

ସଙ୍କଟ ସମସ୍ୟା ଘାରେ ।


ନଳ ଯୋଗେ ଜଳ ଯୋଗାଣ ନିମିତ୍ତ

ହେଉଛି ପରିଯୋଜନା

ହେଲେ ଫଳପ୍ରଦ କରିବ ଆଶ୍ୱସ୍ତ

ସାମୟିକ ଭାବେ ସିନା ।


ଗ୍ରାମ ପୁଷ୍କରିଣୀ ପୋଖରୀ ଗଡିଆ

ନଦୀ ନାଳ ଗାଆଁ କୂଅ

ଅଟେ ଦୀର୍ଘ ସ୍ଥାୟୀ ଆପୂର୍ତ୍ତିର ଉତ୍ସ

ତାହାର ଯତନ ନିଅ ।


 


Rate this content
Log in

Similar oriya poem from Inspirational