STORYMIRROR

Aniruddha Samantara

Inspirational

3  

Aniruddha Samantara

Inspirational

ଏଠି କଣ ଚାଲିଛି ?

ଏଠି କଣ ଚାଲିଛି ?

1 min
13K


ବଞ୍ଚିଛି ବୋଲି ମରିବାକୁ ପଡୁଛି

ନା ମରିବି ଜାଣି ବଞ୍ଚିବାକୁ ପଡୁଛି?

ପେଟ ପାଇଁ ନାଟ କରିବାକୁ ପଡୁଛି

ନା ନାଟ ପାଇଁ ପେଟ ଭରିବାକୁ ପଡୁଛି?

ଟଙ୍କା ମଣିଷକୁ ପାଗଳ କରିଛି

ନା ମଣିଷ ଟଙ୍କା ପାଇଁ ପାଗଳ ହୋଇଛି?

ବଞ୍ଚିଛି ବୋଲି ଅଭିନୟ କରୁଛି

ନା, ଅଭିନୟ କରିବା ପାଇଁ ବଞ୍ଚିଛି?

ଲୋଭ କରୁଛି ବୋଲି ଆଶା ବଢୁଛି

ନା ଆଶା ବଢୁଛି ବୋଲି ଲୋଭ କରୁଛି?

କଲମ ଅଛି ବୋଲି କିଛି ଲେଖୁଛି,

ନା ଲେଖିବା ପାଇଁ କଲମ ଧରିଛି?

ନ୍ୟାୟ ଅଛି ବୋଲି ଏଠି ମାଗୁଛି

ନା ମାଗିଲେ ହିଁ ଏଠି ନ୍ୟାୟ ମିଳୁଛି?  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational