STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଏତିକି ମିନତି

ଏତିକି ମିନତି

1 min
304

କଳାସାଆନ୍ତେ ହେ କଳାସାଆନ୍ତେ

     କହିବ କି ଟିକେ ଅଛ କେମନ୍ତେ l


ରଥ ଯାତରାରୁ ଏବେ ଫେରିଛ

      ଭିଡ଼ା ଓଟରାକୁ କେତେ ସହିଛ l


ଦେହ ହୋଇଥିବ ଭାରି ପରାଶ

     ପାଦ ଟିକେ କରି ଦେବି ମାଲିଶ l


ସାଷ୍ଟମ ଟିକିଏ ହୋଇଲେ ପୁଣି

     କାଲି ହେବ ପୁଣି ସୁନା ଛାଉଣୀ l


ମଧୁର ଅଧରେ ଅଧର ପଣା

      ସରିଗଲା ଏବେ ତୁମ୍ଭ ପାଉଣା l


ଭାବ ବିନୋଦିଆ ଭକ୍ତ ବିନୋଦ

     ବହୁତ କରିଲ ଏବେ ଆମୋଦ l


ଚିନ୍ତା କରିଛ କି କରମ ତୁମ୍ଭ

      ସିନ୍ଧୁ ଜେମାଙ୍କର ତୁଟିଛି ଦମ୍ଭ l


ସାଥେ ନେଇଗଲ ଭାଇ ଭଉଣୀ

      ଭାରିଜା ତୁମ୍ଭର କି ଠାଇଁଆଣି l


ଶିରି ମନ୍ଦିରର ସେ ମାଲିକାଣି

    ବଡ଼ ହେଲା ତୁମ୍ଭ ଗେହ୍ଲା ଭଉଣୀ l


ଛପନ ଭୋଗକୁ ପରଶେ ପୁଣି

    ଗେଫା ମାରିଦିଅ ଭାଇ ଭଉଣୀ l


ଏ ନୁହେଁ ଉଚିତ କରମ ତୋର

     ନିଜ ନାରୀ କଲୁ ତୁ ସାତ ପର l


ସକେଇ ସକେଇ କାନ୍ଦିଛି କେତେ

 ଧାତା ନିଶ୍ଚେ ବାମ ହୋଇଲା ମୋତେ l


ମନ୍ଦିରେ ଦେଇଛି କବାଟ କିଳି

    ଦାଣ୍ଡେ ବସି ଧନ ମାରୁଥା ତାଳି l


ଏତିକି ମିନତି କାଳିଆ ଦିଅଁ

    ମାଆଙ୍କୁ ବୁଝାଇ ମନ୍ଦିରେ ଯାଅ l


ହସି ଉଠୁ ତୁମ୍ଭ ସୁନା ସଂସାର

   ନମଃ ନମଃ ପ୍ରଭୁ ସଂସାର ସାର l



Rate this content
Log in

Similar oriya poem from Inspirational