ଏତିକି ମୀନତି ପାଦତଳେ
ଏତିକି ମୀନତି ପାଦତଳେ
ହେ ଅନନ୍ତ
ଏତିକି ମୀନତି ତୋ ପାଦତଳ,
ଅନ୍ତ କରି ମୋର ଜୀଵନ ଖେଳ,
ବାହୁଡାଇ ନିଅ ଅନନ୍ତପୁର।
ମାୟାଧର
ବୁଝି ଗଲାଣି ୟେ ମାୟା ସଂସାର,
ଜନମ ମରଣ ମିଛ ଭିଆଣ,
ସ୍ତ୍ରୀ ପୁଅ ଝିଅ ନରକ ଦ୍ବାର ।
କରୁଣାକର
ଲୋଭ ମୋହ ମାୟା ଷଡ ଅଇରୀ,
ଟାଣି ନେଉଛନ୍ତି, ସେ ପାପ ପୁରୀ ,
ଜୀବ ଖାଲି ଖେଳେ ଜନ୍ମ ଚକିରୀ ।
ଦୀନଵାନ୍ଧବ
ବନ୍ଧୁ ନୁହେଁ ଏଠି ଶିଶୁ କନ୍ଦ୍ରନ,
ସୁଖ ନୁହେଁ ଏଠି ଯୁବତୀ ସ୍ନେହ,
ଆଶା ଦେଉ ନାହିଁ ବୟସ ୟଷ୍ଟି ।
ଜଗନ୍ନାଥ
କ୍ଷଣକୁ କ୍ଷଣ ହୁଏ ମୁଁ , ଅନାଥ,
ଏନ୍ତୁଡି ନିଆଁ ଜାଳୁଛି ,ମୋ ରଥ
ଯୂଇ ନିଆଁରେ ଜଳିବି, ମୁଁ ରଥି।
ଜୀବନଧନ
ଆଶା କରିଥିଲି ପାଇବି ଧନ,
ସରଗ ରାଇଜେ ଯିବି ମୁଁ ମନ,
ହେଲେ ପାପପଙ୍କେ ହଜିଲା ଧନ।
ଜଗତପତି
ଉଦାର ପଣରେ ଦିଅହେ ମୁକ୍ତି,
ପତ୍ନୀ ଦୋଷ କଲେ କ୍ଷମଇ ପତି,
ଏଇ ପରା ତୋର ଜଗତ ନିତୀ ।
ମୁକତିଦାତା
ଛାଡ଼ି ପୁତ୍ର ନାତି ପିଲା ସଂସାର ,
ଶରଣ ପଶିଲି ପାଦରେ ତୋର,
ମୁକତି ଦେ ମତେ ଛନ୍ଦା ଚରଣ ।