STORYMIRROR

Pareshchandra Das

Abstract

2  

Pareshchandra Das

Abstract

ଏତେ ସପନ କୁ ରାତି କାହିଁ ।

ଏତେ ସପନ କୁ ରାତି କାହିଁ ।

1 min
2.8K

ମନ ଆଜି ବିବସ୍ତ୍ର

ପଞ୍ଚାଳୀ,

ହାତ ଟେକି

ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଛି

ନିଜକୁ

ନିଜକୁ ଦହନ ଛଡା

ଉପାୟ ବା କଣ,

ବୃନ୍ତ ରୁ ଖସିଛି ଯେବେ

ମାଟି ତାର ଆଶ୍ରୟ

ଲାଜ

ଲାଜ କଣ

ଲାଜେଇ ଯାଇ

ଝାଉଁଳି ଯିବାର

ସମୟ କାହିଁ

କାହା ଆଲିଙ୍ଗନ ରେ

ବାନ୍ଧି ଯିବାର ଲୋଭ,

ପରିତ୍ୟକ୍ତ ହାବେଳୀ

ସପନ

ମରି ଯାଇଛି

ଭୋକ ର ଜ୍ବାଳା ରେ

ମୁଠେ ଭାତ ଗୋଟେ ଲଙ୍କାର

ସପନ ଭିତରେ,

ଭବିଷ୍ୟତ,ସଂସାର, ଦେହ,ମନ

କଥା କିଏ ପଚାରେ

ହେ ମନ, ଚୁପ ରୁହ

ବିବେକ ର ଚାବୁକ ଆଉ

ଭୋକ ର ତାଡନା,

ତୁମ ଭାବନାର ଅଙ୍କୁଶ

ନିଦାଘ ର ନିଷ୍ଠୁରତା

ଶୀତ ର ତାଡନା

ବର୍ଷା ର କୋଠରତାରେ

ବନ୍ଧା ଯାହାର ଭାଗ୍ୟ ରେଖା

ସେ ବା ବସନ୍ତର ମହକ

ଆଉ ଶରତ ର ଶୁଭ୍ରାକାଶ ରେ

ଝିଲି ମିଲି ଜୋଛନାରେ

ଭିଜି ଭିଜି ଭବିଷ୍ୟତ କୁ

ତଉଲିଵ

ଏତେ ସପନକୁ ରାତି କାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract