STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ -୨୦୧୭ (୯)

ଏଣୁତେଣୁ -୨୦୧୭ (୯)

1 min
2.8K


ସଞ୍ଜ ନଇଁ ସାରିଥିଲା

ଦୁର୍ବଳ ହେଇ ସାରିଥିଲା ଲଘୁ ଚାପ

ଛାଡି ସାରିଥିଲା ଝିପି ଝିପି ବର୍ଷା

ମେଘ ଭର୍ତ୍ତି ଆକାଶରେ

ଜହ୍ନ ଦିଶୁ ନଥିଲା

ନଥିଲା ପ୍ରତୀକ୍ଷା କାହାକୁ

ନା ଓଠର ହସକୁ

ନା ହସର କେଉଁ କାରଣକୁ

ଅନେକ ଦିନ ପରେ ଆଜି

ମୁଁ ଭେଟୁଥିଲି ପ୍ରେମକୁ;

ଠିକ୍ ସେତିକିବେଳେ

କୋହଲା ପବନ କହିଲା

ଦେ' ! ଖୋଲି ଦେ' ସେ ଓଢଣି, ଫିଟେଇ ଦେ' ତୋ କବରୀ

ଆ' ! ଥରେ ମୋ ଆଲିଙ୍ଗନକୁ ଆ'...

ଭୁଲି ଯା' ଏ ରାଜ ରାସ୍ତା, ଏ ଗହଳି

ଶିହରଣ ଛୁଉଁଥିଲା ଧୀରେ ଧୀରେ

ମୋର ସମସ୍ତ ଅବୟବକୁ

ପ୍ରେମ ବୋଧେ

ଅଙ୍ଗେ ଅଙ୍ଗେ ସଂକ୍ରମିତ ହେଉଥିଲା ..... !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance