STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଏଣ୍ଡୁଅର ଆତ୍ମହତ୍ୟା

ଏଣ୍ଡୁଅର ଆତ୍ମହତ୍ୟା

1 min
38

  ଏଣ୍ଡୁଅର ଆତ୍ମହତ୍ୟା 

ବାଡିପଟେ ପଡିଥିଲା ମଲା ଏଣ୍ଡୁଅଟେ

କିଛି ବଡ ଘଟଣା ନଥିଲା 

କେତେ ଜୀବଜନ୍ତୁ ମରୁଛନ୍ତି।


ଅସୁବିଧା କଲା

ଫୋପାଡିବାକୁ ଗଲା ବେଳକୁ

ପାଖରେ ପଡିଥିବା ସୁଇସାଇଡ୍ ନୋଟ୍।


ଲେଖିଥିଲା ରକ୍ତର କାଳିରେ

ଆମ ଏଣ୍ଡୁଅ ଜାତିର ପ୍ରସିଦ୍ଧି ଥିଲା

ବଞ୍ଚିବା ପାଇଁ ରଙ୍ଗ ବଦଳାଇବାର 

କିନ୍ତୁ ହାରିଗଲି ମଣିଷ ପାଖରେ।


ନିଜକୁ ବଞ୍ଚାଇବା ନୁହେଁ 

ବରଂ

ଅନ୍ୟକୁ ଅସୁବିଧାରେ ପକାଇବାକୁ

ରଙ୍ଗ ବଦଳାଏ ମଣିଷ 

ଆତ୍ମିୟ ସହ ବି ରଙ୍ଗ ବଦଳାଇ

ଲୁଚକାଳି ଖେଳିବାରେ ମାହିର।


ବାରମ୍ବାର ହାରିବା ପରେ

ଏଣ୍ଡୁଅ ଜାତିର ପ୍ରତୀକ ଭାବେ

ଶେଷ ନିଷ୍ପତ୍ତି ନେଲି ଆତ୍ମହତ୍ୟାର।


ହଁ କହି ରଖେ

ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ 

ମଣିଷ ବି ନୁହେଁ 

କାରଣ ମୁଁ ମଣିଷ ପାଖରେ ହାରିଗଲି

ମଣିଷ ର କଣ ଭୂଲ୍ !

ସିଏ ତ ଈଶ୍ବର ସୃଷ୍ଟିର ଶ୍ରେଷ୍ଠ ଜୀବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract