STORYMIRROR

Hitesh Mohapatra

Abstract Tragedy Classics

3  

Hitesh Mohapatra

Abstract Tragedy Classics

ଏମିତି କିଛି

ଏମିତି କିଛି

1 min
211

ଏମିତି କିଛି ସ୍ମୃତି ଅଛି 

ଯାହା, ଭୁଲିବାକୁ ଚାହିଁ ଭି ଭୁଲି ହୁଏନି  ।


ଏମିତି କିଛି ଜିନିଷ ଅଛି 

ଯାହା, ପାଖରେ ଥିଲେ ଭି ପାଇ ହୁଏନି ।


ଏମିତି କିଛି ଦୁଃଖ ଅଛି 

ଯାହା, କାହା ଆଗରେ କହି ହୁଏନି ।


ଏମିତି କିଛି ସୁଖ ଅଛି 

ଯାହା, ବାଣ୍ଟିବା ପାଇଁ ଲୋକ ମିଳେନି ।


ଏମିତି କିଛି ପାପ ଅଛି 

ଯାହା, ଭଗବାନ ଭି କ୍ଷମା କରି ପାରିବେନି ।


ଏମିତି କିଛି ସତ ଅଛି 

ଯାହା, କହିବାକୁ ଜିଭ ଲେଉଟେନି ।


ଏମିତି କିଛି ସମ୍ପର୍କ ଅଛି 

ଯାହା, ଭାଗ୍ୟରେ ନଥିଲେ ମିଳେନି ।


ଏମିତି କିଛି ଶତ୍ରୁ ଅଛି 

ଯାହା, ସହ ସମ୍ପର୍କ ଚାହିଁଲେ ଭି ଛିଡେନି ।


ଏମିତି କିଛି ବହୁତ କିଛି ଅଛି 

ଯାହା, ସମୟ ମଧ୍ୟ ଆକଳନ କରି ପାରେନି ।



Rate this content
Log in

Similar oriya poem from Abstract