ଏମିତି ହୁଏ ସତରେ
ଏମିତି ହୁଏ ସତରେ


ମୋ ଆଖିରେ ତୋ ଚେହେରା
ତୋ ହୃଦୟ ଅଛି ମୋ ମନରେ
ବେଶୀ ଏକା ହୋଇଗଲେ
ଆଖି ବୁଜି ତୋତେ ଭାବିଲେ
ତୁ ଆସି ଉଭା ହେଉ ମୋ ଆଗରେ।
ଆହା କି ସେ ମିଠା ମିଠା ଭାବନା
ମରିବାକୁ ଇଚ୍ଛା ହୁଏ ହଜାର ବାର
ଜଳିବାକୁ ମନ କୁହେ ଥରକୁ ଥର
ସେଇ ନିଆଁ ସେଇ ଛୁଆଁ
ଆଷାଢ଼ ବନ୍ୟା ଆଣେ ନିଦାଘରେ।
ଫଗୁଣ ନଥାଇ ବାସେ ଖାଲି ବଉଳ
ଅବିର ନଥାଇ ମନ ହୁଏ ଛବିଳ
ଜର ନାହିଁ ଦେହେ ତାତି ଖଇ ଫୁଟୁଛି
ମନ ବନରେ ଅଦିନେ କୁହୁ ଶୁଭୁଛୁ
ତୁମରି ପରଶ ପାଇଁ ମନ ଜଳେ ଆତୁରେ।
ପାଶେ ଥିଲେ ଲାଜ ଲାଗେ ଏମିତି
ଦୁରେ ଗଲେ ଆକୁଳ ମନ ସେମିତି
ତୁମେ ମୟ ହୋଇଯାଏ ସାରା ସଂସାର
ଏ ଦୁନିଆଁ ଟା ଲାଗେ ଭାରି ସୁନ୍ଦର
ଓଠ କିଛି କୁହେ ନାହିଁ ସବୁ କୁହେ ଆଖିରେ।
ପ୍ରେମ ହେଲେ ଏମିତି ହୁଏ ସତରେ ।