ଏମିତି ହୁଅନ୍ତାନି
ଏମିତି ହୁଅନ୍ତାନି
ଏମିତି ହୁଅନ୍ତାନି ?
ନକହିବା କଥା ସବୁ, ତମେ ଶୁଣିଦେଇ
ଅଜଣାନ୍ତେ ଉପହାର ରୂପେ ଥାନ୍ତ ଦେଇ
ମୁଣ୍ଡ ଆଉଁସି, ସ୍ନେହରେ ମନ୍ଦ ହସ ଧାରେ
ଅସରାଏ ଖୁସି ନେଇ, ଆସିଥାନ୍ତ ଧାଇଁ।
ଏମିତି ହୁଅନ୍ତାନି ?
ଏକାନ୍ତରେ ଦେଖିବାକୁ ଇଛା ହେଲେ ବେଶି
ପଛରୁ ଆଖି ଘୋଡେଇ, ପଚାରନ୍ତ ଆସି
କହିଲ ଦେଖି ମୁ କିଏ? ମୁଁ ଟିକିଏ ହସି
ହାତ ଛୁଉଁ କହିଥାନ୍ତି ଆଉ କିଛି ଅଛି ?
ଏମିତି ହୁଅନ୍ତାନି ?
ଲକ୍ଷେ ଯୋଜନ ଦୂରରେ ଥିଲେ ବିପଦରେ
ହୃଦୟରୁ ଖୋଜୁଥିବି ତମ ଛୁଆଁ ଧିରେ
ହାତକୁ ବଢ଼େଇ ଦେଇ, ଅଳ୍ପ ହସି ହସି
ଜଲଦି ଆସ ଯିବା , ବାକି କଥା ହେବା ପରେ।
ଏମିତି ହୁଅନ୍ତାନି ?
ଅସଜଡା ସ୍ୱାସ୍ଥ୍ୟ ଦେଖି, ଅଳ୍ପ ରାଗି ରାଗି
ଆସି ଅଳ୍ପ ଗାଳି ଦେଇ, ମୁଂହ ଦେଇ ପୋଛି
ଶ୍ରଦ୍ଧାରେ କୋଳେଇ , ଅଳ୍ପ ଆଶ୍ୱାସନା ବାନ୍ଧି
କିଛି ହେବ ନାହିଁ, ମୁଁ ତୁମ ପାଖେ ଅଛି।
ଏମିତି ହୁଅନ୍ତାନି ?
କର୍ମ କ୍ଲାନ୍ତ ତମ ସେଇ ଝାଳୁଆ ମୁଁହରୁ
ବ୍ୟସ୍ତ ଜୀବନର, ସେଇ ବ୍ୟସ୍ତ ସମୟରୁ
କର୍ମରୁ ଫେରିଲା ବେଳେ, ବ୍ୟସ୍ତ ହୋଇ ଆସି
ପଚାରନ୍ତ ଖାଇନକି କିଛି, କାଇଁ ମୁଁହ ଶୁଖିଅଛି।
ଏମିତି ହୁଅନ୍ତାନି ?
କିଛି ନ ଦେଇ ଅନେକ ଆଶା ମୁଁ କରୁଛି
ନିଜ ଖୁସି ବଦଳରେ, କଷ୍ଟ ଦେଉଅଛି
ସମୟ, ଆସିଲେ ତମ ଅଳ୍ପ ଖୁସି ପାଇଁ
ଅନ୍ତିମ ଯାତ୍ରାରେ ଗଲେ, ଦୁଃଖ ନାହିଁ କିଛି।