STORYMIRROR

Lalit kumar Swain

Romance Fantasy

3  

Lalit kumar Swain

Romance Fantasy

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି

1 min
159


ଏମିତି ହୁଅନ୍ତାନି ?

ନକହିବା କଥା ସବୁ, ତମେ ଶୁଣିଦେଇ

ଅଜଣାନ୍ତେ ଉପହାର ରୂପେ ଥାନ୍ତ ଦେଇ

ମୁଣ୍ଡ ଆଉଁସି, ସ୍ନେହରେ ମନ୍ଦ ହସ ଧାରେ

ଅସରାଏ ଖୁସି ନେଇ, ଆସିଥାନ୍ତ ଧାଇଁ।


ଏମିତି ହୁଅନ୍ତାନି ?

ଏକାନ୍ତରେ ଦେଖିବାକୁ ଇଛା ହେଲେ ବେଶି

ପଛରୁ ଆଖି ଘୋଡେଇ, ପଚାରନ୍ତ ଆସି

କହିଲ ଦେଖି ମୁ କିଏ? ମୁଁ ଟିକିଏ ହସି

ହାତ ଛୁଉଁ କହିଥାନ୍ତି ଆଉ କିଛି ଅଛି ?


ଏମିତି ହୁଅନ୍ତାନି ?

ଲକ୍ଷେ ଯୋଜନ ଦୂରରେ ଥିଲେ ବିପଦରେ

ହୃଦୟରୁ ଖୋଜୁଥିବି ତମ ଛୁଆଁ ଧିରେ

ହାତକୁ ବଢ଼େଇ ଦେଇ, ଅଳ୍ପ ହସି ହସି

ଜଲଦି ଆସ ଯିବା , ବାକି କଥା ହେବା ପରେ।


ଏମିତି ହୁଅନ୍ତାନି ?

ଅସଜଡା ସ୍ୱାସ୍ଥ୍ୟ ଦେଖି, ଅଳ୍ପ ରାଗି ରାଗି

ଆସି ଅଳ୍ପ ଗାଳି ଦେଇ, ମୁଂହ ଦେଇ ପୋଛି

ଶ୍ରଦ୍ଧାରେ କୋଳେଇ , ଅଳ୍ପ ଆଶ୍ୱାସନା ବାନ୍ଧି

କିଛି ହେବ ନାହିଁ, ମୁଁ ତୁମ ପାଖେ ଅଛି।


ଏମିତି ହୁଅନ୍ତାନି ?

କର୍ମ କ୍ଲାନ୍ତ ତମ ସେଇ ଝାଳୁଆ ମୁଁହରୁ

ବ୍ୟସ୍ତ ଜୀବନର, ସେଇ ବ୍ୟସ୍ତ ସମୟରୁ

କର୍ମରୁ ଫେରିଲା ବେଳେ, ବ୍ୟସ୍ତ ହୋଇ ଆସି

ପଚାରନ୍ତ ଖାଇନକି କିଛି, କାଇଁ ମୁଁହ ଶୁଖିଅଛି।


ଏମିତି ହୁଅନ୍ତାନି ?

କିଛି ନ ଦେଇ ଅନେକ ଆଶା ମୁଁ କରୁଛି

ନିଜ ଖୁସି ବଦଳରେ, କଷ୍ଟ ଦେଉଅଛି

ସମୟ, ଆସିଲେ ତମ ଅଳ୍ପ ଖୁସି ପାଇଁ

ଅନ୍ତିମ ଯାତ୍ରାରେ ଗଲେ, ଦୁଃଖ ନାହିଁ କିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance