STORYMIRROR

Jambeswar Dalai

Fantasy

3  

Jambeswar Dalai

Fantasy

ଏମିତି ହୁଅନ୍ତା କି ✍️ ଜମ୍ବେଶ୍ବର ଦଳାଇ

ଏମିତି ହୁଅନ୍ତା କି ✍️ ଜମ୍ବେଶ୍ବର ଦଳାଇ

1 min
186

ଏମିତି ହୁଅନ୍ତା କି

ହଠାତ ମହାମାରୀ ବିଶ୍ବରୁ ଉଭାନ

ଖୋଲା ଯାଆନ୍ତା ଶିକ୍ଷାନୁଷ୍ଠାନ

କୋଳାହଳ ହୁଅନ୍ତା ସହର, ହାଟ, 

ବଜାର ଆଉ ପାର୍କ ପ୍ରେକ୍ଷାଳୟ

ହଟି ଯାଆନ୍ତା ଛୁଆଁ ଅଛୁଆଁ ଭେଦଭାବ

ଘରକୁ ଆସନ୍ତେ ବନ୍ଧୁ ବାନ୍ଧବ

ପାଳନ ହୁଅନ୍ତା ପର୍ବ ପର୍ବାଣି, ଯାନିଯାତ୍ରା

ବିବାହ ବ୍ରତ ଖୁବ୍ ଧୁମଧାମରେ

ଆପ୍ୟାୟିତ ହେବେ ଅତିଥି

ଅଲୋଡା ମାସ୍କ ଓ ସାନିଟାଇଜର

ପରିଜନକୁ ମୁଖାଗ୍ନି ଓ

ଶେଷ ଦର୍ଶନର ସୁଯୋଗ

ଜୀବନ ଓ ଜୀବିକାକୁ ନେଇ ନଥାନ୍ତା ଦ୍ୱନ୍ଦ୍ୱ,

ମନରେ ନଥାନ୍ତା ଅସୁମାରୀ ଭୟ ଓ ସଙ୍କା ।


ଏମିତି ହୁଅନ୍ତା କି 

ଦେଶରେ ନିଷେଧ ହୁଅନ୍ତା ମଦ

ଶୁଣିବାକୁ ମିଳନ୍ତା ନାହିଁ ମଦୁଆଙ୍କ ପ୍ରଳାପ

ଉଜୁଡି ଯାଇଥିବା ସଂସାର

ପାଲଟିଯାଆନ୍ତା ସରଗପୁର

ଅକାଳରେ ଝଡିବନାହିଁ ଅମୂଲ୍ୟ ଜୀବନ

ଘଟିବ ନାହିଁ ଦୁର୍ଘଟଣା ରାସ୍ତାରେ

କମିଯିବ ଧର୍ଷଣ, ଚୋରି, ଡକାୟତି

ହତ୍ୟା ଆଦି ଅପରାଧ

ଖବର କାଗଜରେ 

ଶିରୋନାମା ସାଜନ୍ତା ନାହିଁ 

ମଦ ବିରୋଧୀ ଆନ୍ଦୋଳନ, ମଦ ଭାଟିରେ ପୋଲିସର ଚଢାଉ, 

ବେଆଇନ ମଦ ଜବତ, ମଦ ଭାଙ୍ଗି ଦେଲା ସଂସାର

ଆଉ ମଦ ମୃତ୍ୟୁର ବିଭୀଷିକା । 


ଏମିତି ହୁଅନ୍ତା କି

ସଂସାରରୁ ଲୋପ ପାଇ ଯାଆନ୍ତା

ଅନ୍ଧ ବିଶ୍ୱାସ, କୁସଂସ୍କାର, ଗୁଣୀ ଗାରେଡି

ଧନୀ ଗରୀବର ଭେଦଭାବ

ସାମାଜିକ ଆର୍ଥିକ କ୍ଷେତ୍ରରେ 

ହୁଅନ୍ତେ ସମସ୍ତେ ସମାନ

ନହୁଅନ୍ତା ଦୁର୍ବଳ ଉପରେ ସବଳର 

ଅତ୍ୟାଚାର, ଶୋଷଣ, ଲୁଣ୍ଠନ

ଅସାଧୁ ଉପାୟରେ ଅର୍ଥ ଉପାର୍ଜନ

ପ୍ରତିଷ୍ଠା ହୁଅନ୍ତା ରାମରାଜ୍ୟ

ସମସ୍ତଙ୍କ ହୃଦୟରେ ଜାଗ୍ରତ ହୁଅନ୍ତା

ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ପରୋପକାର ।



Rate this content
Log in

Similar oriya poem from Fantasy