Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmacharana Bisoyi

Inspirational

3.3  

Padmacharana Bisoyi

Inspirational

ଏକତା

ଏକତା

3 mins
226


କୁଳୁକୁଳୁ ରାବ କରି ଧିର ମନ୍ଥର ଗତିରେ ବହି ଯାଉଥିଲା ଝରଣା ଟିଏ । ତାରି କଡ଼ରେ ଶୋଭା ପାଉଥିଲା ସବୁଜ ବୃକ୍ଷରାଜିରେ ପରିପୂର୍ଣ୍ଣ ଜଙ୍ଗଲ ଟିଏ। ଶାଳ, ପିଆଶାଳ, କୃଷ୍ଣଚୂଡ଼ା , ଆମ୍ବ , ପଣସ , ଅଶ୍ୱତ୍ଥ ଆଦି ବିରାଟ ବୃକ୍ଷ ସହିତ ଅନେକ ଛୋଟ ବଡ଼ ଲତା ଗୁଳ୍ମର ପରିପୂର୍ଣ୍ଣ ଥିଲା ଜଙ୍ଗଲ। ଜଙ୍ଗଲରେ ବାସକରୁଥିଲେ ଅନେକ ପକ୍ଷୀ , ହାତୀ , ଘୋଡା, ବରାହ, ହରିଣ , ବିଲୁଆ , ଠେକୁଆ , ମାଙ୍କଡ , ହଳଦୀବସନ୍ତ , ଚିଲ , ଶାଗୁଣା , କୁଆ , କୋଇଲି , ଶୁଆ , ଶାରୀ ବଣି ଇତ୍ୟାଦି। ଝରଣାର କୂଳକୁ ଲାଗି ବିରାଟ ବଟ ବୃକ୍ଷଟିରେ ଗୋଟିଏ ମାଙ୍କଡି ଟିଏ ବସା ବାନ୍ଧି ରହୁଥାଏ । ବଟ ବୃକ୍ଷ ମୂଳରେ ଲତା କୁଞ୍ଜ ଭିତରେ ହରିଣୀ ଟିଏ ତା ଛୁଆ କୁ ନେଇ ରହୁଥାଏ । ମାଙ୍କଡି ଓ ହରିଣୀ ଭିତରେ ସମୟ କ୍ରମେ ବନ୍ଧୁତା ନିବିଡ଼ ହେବାକୁ ଲାଗିଲା। ମାଙ୍କଡ ଛୁଆ , ହରିଣ ଛୁଆ ଦୁଇ ଶାବକଙ୍କ କଉତୁକିଆ ଖେଳ ଦେଖି ମାଙ୍କଡି ଓ ହରିଣୀ ର ମନ ଆନନ୍ଦରେ ପୁରି ଉଠୁଥିଲା । ଏମିତି ହସ ଖୁସିରେ ସେମାନଙ୍କର ଦିନ ବିତୁଥିଲା । ହଠାତ୍ ଜଣେ ଯାଯାବର ଶବର ଟିଏ ଝରଣାର ଆରପାରିରେ ଅସ୍ଥାୟୀ କୁଟୀର ଟିଏ ନିର୍ମାଣ କରିବା ପାଇଁ ଆସବାବ ସଂଗ୍ରହ କଲାବେଳେ ମାଙ୍କଡି ଦୃଷ୍ଟି ଶବର ଉପରେ ପଡ଼ିଲା । ଭୟରେ ତାଳୁର ରକ୍ତ ତଳିପା କୁ ଚାଲିଗଲା। ତାର ଛୁଆ କୁ ସେ ଜମା ତଳକୁ ଓହ୍ଲାଇବା କୁ ଦେଲା ନାହିଁ । ମାଙ୍କଡି ଛୁଆ କୁ ଦେଖି ହରିଣୀ ଛୁଆର କଉଥିରେ ମନ ଲାଗୁନଥାଏ । ନିଜ ଛୁଆ ର ଛଟପଟ ଦେଖି ହରିଣୀ ବଟ ବୃକ୍ଷ ମୂଳେ ଠିଆ ହୋଇ ପାଟି କରି ଡାକିଲା କ'ଣ ହେଲା କି ମିତଣି , ତୁମେ ମାଆ ଛୁଆ ପଲ କାହିଁକି ଜମା ତଳକୁ ଓହ୍ଲାଉ ନାହଁ। ଗଛ କୋରଡରୁ ମୁହଁ ଟି କାଡି ମାଙ୍କଡି କହିଲା " କ'ଣ କହିବି ଭଉଣୀ ଆମ ଜଙ୍ଗଲ ଉପରେ ବିପଦ ।

             ଝରଣାର ଆର ପାରିରେ ଗୋଟିଏ ଶବର ଡେରା ପକାଇଲାଣି ,‌ ଏବେ ଆମେ ଗୋଟେ ଗୋଟେ ତାର ଶିକାର ହେବା । ଏ କଥା ଶୁଣି ହରିଣୀ ସ୍ତବ୍ଧ ହୋଇ କିଛି ସମୟ ରହିଲା । ତା ପରେ କହିଲା " ମିତଣି ବିପଦ ଦେଖି ଆମେ ନିଜ ନିଜ ଲୁଚି ରହିବା କଣ ଠିକ୍ ହେବ ? ତାର ସମାଧାନ ପାଇଁ ସିନା ଚେଷ୍ଟା କରିବା " । 

       ହରିଣୀର କଥା ଶୁଣି ମାଙ୍କଡି କହିଲା " ଆମେ ନିରିହ ପଶୁ ଜାତି , ଆମେ ଏକା ଏକା କଣ ଶବର ର ସାମ୍ନା କରିପାରିବା ?" ତାର ଏକା ଶର କେ ଆମ ପ୍ରାଣ ଫୁସ୍ କିନା ଉଡିଯିବ । ଆମ ପିଲାଏ ଅନାଥ ହୋଇଯିବେ । ମାଙ୍କଡି କଥା ଶୁଣି ହରିଣୀ କହିଲା ଏକା ଏକା ସିନା ପାରିବା ନାହିଁ , ଜଙ୍ଗଲ ର ସମସ୍ତ ପଶୁପକ୍ଷୀ ଯଦି ଏକଜୁଟ ହୋଇ ଶବରକୁ ଏ ଜଙ୍ଗଲ ରୁ ତଡିବାକୁ ଚେଷ୍ଟା କରିବା। ତାହେଲେ ଆମେ ସଫଳ ହେବା । କଥା ରେ ଅଛି " ଏକତା ହିଁ ବଳ" ।

          ଗୋଟିଏ କାଠି କୁ ସିନା ଭାଙ୍ଗି ହେବ , ଅନେକ କାଠି‌ କୁ ଯୋଡି ବିଡ଼ାଏ କାଠି କୁ କଣ ଏକା ସାଙ୍ଗରେ ଭାଙ୍ଗି ହେବ । କଥାଟା ମାଙ୍କଡି ର ମନକୁ ପାଇଲା । ତା ପର ଦିନ ହରିଣୀ ଓ ମାଙ୍କଡି ମିଶି ସଭା ଡକାଇଲେ । ସମସ୍ତ ପଶୁପକ୍ଷୀ ମିଶି ଶବର କୁ ଜଙ୍ଗଲ ରୁ ତଡିବାର ଯୋଜନା କଲେ । ୟା ଭିତରେ ଶବର ତାର କୁଟୀର ଗଢି ସାରିଥାଏ । ତୁଣୀର ଟିକୁ ତିଖ୍ଣ ଶରରେ ଭରି ଶିକାର ଉଦ୍ଦେଶ୍ୟରେ ଜଙ୍ଗଲ ଆଡ଼କୁ ଅଗ୍ରସର ହେଲା ।

          ଗଛ ମାନଙ୍କର ସୁଉଚ୍ଚ ଡାଳରେ ବସି ଏ କଥା ଲକ୍ଷ ରଖୁଥିଲେ ଚିଲ ଓ ମାଙ୍କଡ । ସେମାନେ ସତର୍କ ସୂଚନା ଅନ୍ୟ ପଶୁ ପକ୍ଷୀ ମାନଙ୍କୁ ଦେଲେ । ଶବର ଜଙ୍ଗଲ ମାଟିରେ ପାଦ ଦେଉ ଦେଉ ଦଳ ଦଳ ହୋଇ ଚିଲ ଶାଗୁଣା ସବର କୁ ଘେରି ଗଲେ । ଚିଲ , ମାଙ୍କଡ , ବିଲୁଆ ସମସ୍ତେ ମିଶି ଶବର କୁ କ୍ଷତ ବିକ୍ଷତ କରିଦେଲେ । ଶବର କୋୖଣସି ମତେ ଜୀବନ ବଞ୍ଚାଇ ଜଙ୍ଗଲ ଛାଡ଼ି ଚାଲି ଗଲା । ଜଙ୍ଗଲ ଯେମିତି ଆଗରୁ ସୁରକ୍ଷିତ ଥିଲା ସେମିତି ଅକ୍ଷତ ଅକ୍ଷୁଣ୍ଣ ରହିଲା ।

ମାଙ୍କଡି ଓ ହରିଣୀ ନିଜ ନିଜ ଛୁଆ ଙ୍କ ଭବିଷ୍ୟତ କୁ ନେଇ ଆସ୍ବସ୍ତ ହେଲେ । ଏଥିରୁ ଆମେ ଶିଖିଲେ

       " ବିକାଶ ର ମୂଳ ମନ୍ତ୍ର ଅଟଇ ଏକତା

        ଜାତି କୂଳର ବିନାଶ ହୁଏ ନଥିଲେ ଏକତା

        ଏକତା ର ବଳେ ଜଟିଳ କାର୍ଯ୍ୟ ହୁଅଇ ସରଳ

        ଏକତା ଅଭାବେ ସଙ୍କଟ ଅଲଙ୍ଘ୍ୟ ଶଇଳ "


Rate this content
Log in

Similar oriya poem from Inspirational