STORYMIRROR

Kalpana Kumari Pradhan

Abstract

4  

Kalpana Kumari Pradhan

Abstract

ଏକତା ସୂତ୍ର ରେ ବନ୍ଧା

ଏକତା ସୂତ୍ର ରେ ବନ୍ଧା

1 min
284

ଭିନ୍ନତା ମଧ୍ୟେ ଏକତା ଯେଉଁଠି ବସେ

ଅନେକ ଫୁଲର ମାଳଟିଏ ସାଜି ହସେ l

ସାରା ବିଶ୍ୱରେ ଉଡଇ ଯାହାର ଧ୍ବଜା

ମହାନ ପରମ୍ପରା ଯାର ଅଟଇ ପୂଜ୍ୟପୂଜା l

ନାହିଁ ଜାତି ଧର୍ମ ବର୍ଣ୍ଣର ବିଚାର

ଏକତା ସୂତ୍ରରେ ବନ୍ଧା ସର୍ବେ ଆପଣାର l

ମୁକୁଟ ପରାଏ ହିମାଳୟ ଗିରି ଶୋହେ

ଶତ ପୁଣ୍ୟତୋୟା ନଦନଦୀ ବୁକେ ବହେ l

ଯାର ସମ୍ବିଧାନ ଐକ୍ୟର ବାରତା ବହେ

ସଭିଏଁ ଲଭନ୍ତି ସମଅ ଧିକାର କୁହେ l

ପୁଣ୍ୟଭୂମି, ଦେବଭୂମି ଏଇ ଯେ ଭାରତବର୍ଷ

ଗୌରବର ଗାଥା ବଖାଣେ ଯାହାର ଇତିହାସ l

ହୋଇଛି ଧନ୍ୟ ଜନମି ତାହାରି କୋଳେ

ମହାନତାର କଥା ଝଙ୍କୃତ ହୃଦେ ସଦାକାଳେ l



Rate this content
Log in

Similar oriya poem from Abstract