STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ଏକତା ମନ୍ତ୍ର

ଏକତା ମନ୍ତ୍ର

1 min
416

ଅନେକ ଜାତି ଅନେକ ଧର୍ମ

ଗୋଟିଏ ବାଣୀ ଶୁଭେ

ଆମେ ସଭିଏଁ ଭାରତବାସୀ

ଲଢିବା ନାହିଁ କେବେ।

ପାଞ୍ଚଟି କାଠି ହେଲେ ଏକାଠି

ହୁଅଇ ଏକ ବିଡା

ନଭାଙ୍ଗି ପାରେ କେହିବି ଅରି

ଅଗ୍ରତେ ହୋଇ ଛିଡା।

ଅନେକ ଫୁଲ ଗୋଟିଏ ମାଳ

ମୋ ଦେଶ ଗଳେ ଲମ୍ବି

ବଢାଏ ତା'ର ଶୋଭା ସମ୍ଭାର

ଗଗନ ଯାଏ ଚୁମି।

ଏକତା ମନ୍ତ୍ରେ ସର୍ବେ ଦୀକ୍ଷିତ

ବିବିଧ ମଧ୍ୟେ ଏକ

ସାରା ବିଶ୍ବର ଆଧ୍ୟାତ୍ମ ଗୁରୁ

ମଙ୍ଗଳ ମୂଳ ଲକ୍ଷ୍ୟ।

ମୋ ଦେଶ ମଥା ନଇଁବି ନାହିଁ

ଶପଥ କରେ ଆଜି

ଏପରି ସ୍ଥାନ ନମିଳେ କାହିଁ

ସଂସାରେ ଖୋଜି ଖୋଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational