STORYMIRROR

GAGAN KUMAR DASH

Romance

4  

GAGAN KUMAR DASH

Romance

ଏକାନ୍ତରେ ପ୍ରେମର ପୁଲକ

ଏକାନ୍ତରେ ପ୍ରେମର ପୁଲକ

1 min
188

କିଛି ଟଣାଟଣି

ଆତୁରତାର ହୃଦୟରେ

ନିର୍ଜନ ଜନଗହଳିଠୁ ଦୂରରେ

ଏକୁଟିଆ କଥା ହେବା

ଭାରି ଭଲ ଲାଗେ

ଏକାନ୍ତ ନିର୍ଜନ ବେଳାରେ ।


ପବନୁ ବେଗ ଇଚ୍ଛା

ଆଲୋକଠୁ ଚଞ୍ଚଳ ମନ

ଫେରିଯାଏ ତୁମରି ପାଖକୁ 

ମିଶିବାକୁ ତୁମର

ଉଛୁଳା ଯୌବନର

ଗରମ ଛାତିରେ ।


ସେହି ଅତୀତ ସମୟକୁ

ଖୁବ ଇଚ୍ଛା ନେଇ

ତୁମକୁ ଖୋଜି ଖୋଜି

ଚାରି ଛକ ରାସ୍ତା କଡରେ

ପାନ ଦୋକାନ ବେଞ୍ଚରେ

କେତେ ପାନ ବିଡ଼ି ସିଗାରେଟ

ତମ ବାଡି ବୁଦା ଭିତରେ

କିଛି ହଜିଲା ଅତୀତକୁ

ଖୋଜିବା ଆଳ ରେ

ସହି ଯାଏ ପଡୋଶୀଙ୍କ

କେତେ ଟାହି ଓ ଟାପରା ।


ଅସରନ୍ତି ଜୀବନର ବେଳ ସବୁ

ଇଙ୍ଗିତ କରନ୍ତି

ଦୂରରୁ ମୋତେ ଚାହିଁ

ଖାଲି ମୁରୁକି ହସନ୍ତି 

ଦେଖି ଆମ

ଏକାନ୍ତରେ ପ୍ରେମର ପୁଲକ ।।


Rate this content
Log in

Similar oriya poem from Romance