ଏକାନ୍ତ
ଏକାନ୍ତ
ସାତରଙ୍ଗ ଆଉ
ଡାକୁନାହିଁ ହାତଠାରି
ଇନ୍ଦ୍ରଧନୁ ଲୁଚିଯାଇଛି
ଅଭିମାନ ରେ ବତୁରି
ବିଜୁଳି ମାରୁନି
ମୟୁର ନାଚୁନି
କୋଇଲି ଗାଉନି
ହମା ରଡି ବି ଶୁଭୁନି
ଗଲାଣି ତ ଅପସରି
ମୂକ ଶୁଆ ସାଥେ ଶାରୀ
ତଥାପି ରହିଛି ଏକାନ୍ତ ଟିକକ
ଯାହା ଏକାନ୍ତ ପ୍ରିୟ ସବୁରି
ଏକାନ୍ତରେ ଭାବନା ଚେତନା
ପ୍ରାଥନା ଦୟା କ୍ଷମା ଆସେ ଆବୋରି
କିଏ ନାଚାହେଁ ଟିକିଏ ଏକାନ୍ତ
ଜନସମୁଦ୍ର ଭିତରେ ହଜିଯିବା ବେଳେ
ଅନ୍ତତଃ ଥରେ ଭାରି ମନଭରି.
