STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଏକାନ୍ତ

ଏକାନ୍ତ

1 min
11.8K

ସାତରଙ୍ଗ ଆଉ 

ଡାକୁନାହିଁ ହାତଠାରି 

ଇନ୍ଦ୍ରଧନୁ ଲୁଚିଯାଇଛି 

ଅଭିମାନ ରେ ବତୁରି 

ବିଜୁଳି ମାରୁନି 

ମୟୁର ନାଚୁନି 

କୋଇଲି ଗାଉନି 

ହମା ରଡି ବି ଶୁଭୁନି 

ଗଲାଣି ତ ଅପସରି 

ମୂକ ଶୁଆ ସାଥେ ଶାରୀ 

ତଥାପି ରହିଛି ଏକାନ୍ତ ଟିକକ 

ଯାହା ଏକାନ୍ତ ପ୍ରିୟ ସବୁରି 

ଏକାନ୍ତରେ ଭାବନା ଚେତନା 

ପ୍ରାଥନା ଦୟା କ୍ଷମା ଆସେ ଆବୋରି 

କିଏ ନାଚାହେଁ ଟିକିଏ ଏକାନ୍ତ 

ଜନସମୁଦ୍ର ଭିତରେ ହଜିଯିବା ବେଳେ 

ଅନ୍ତତଃ ଥରେ ଭାରି ମନଭରି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract