STORYMIRROR

Chittaranjan Nanda

Romance

3  

Chittaranjan Nanda

Romance

ଏକ ସ୍ମୃତି, ପାଇବାର ଆଶା ନାହିଁ

ଏକ ସ୍ମୃତି, ପାଇବାର ଆଶା ନାହିଁ

1 min
227

ଖୋଜେ ମୋ ଅତୀତର ମହାର୍ଘ ମୁହୂର୍ତ୍ତ

ଯାହା ମୋତେ କରିଥିଲା ତରଙ୍ଗାୟିତ

  

ସେ ଏକ ସ୍ମୃତି, ପାଇବାର ଆଶା ନାହିଁ

ସମୟ ଗଡି ଚାଲେ ପ୍ରତୀକ୍ଷାର ଅନ୍ତ ନାହିଁ

 

ଭାବନାରେ ଥିଲା ସେ ପ୍ରୀତି ବୋଳା ହାତ

ପ୍ରୀତି ତ ହେଲା ନାହିଁ, ଲୁହ କିଛି ମିଳିଛି ତ 


ଉଜୁଡା ସ୍ୱପ୍ନକୁ ମନେ ପକାଇ, ମୁଁ ଭାବୁଛି

ପ୍ରେମ ମାଦକତାରେ ତୁମେ ଜଳିନ, ମୁଁ ଜଳିଛି


ପ୍ରେମ, ଜୀବନ ଓ ଯୌଵନ ଚିରସ୍ଥାୟୀ ନୁହେଁ

ଦୁଃଖ ନାହିଁ, ଅଳିକ ଧରାରେ ସଵୁ ବିଲୀନ ହୁଏ



Rate this content
Log in

Similar oriya poem from Romance