STORYMIRROR

Prabhanjana Tripathy

Romance

3  

Prabhanjana Tripathy

Romance

ଏଇଠି ଏଇଠି

ଏଇଠି ଏଇଠି

1 min
127


ଭାବି ଭାବି ମୋର ଅନ୍ଧାରୀ ଜୀବନେ

ଆଲୋକର ପାଏ ଆଶା

ହୃଦୟର ସବୁ ଅକୁହା ବେଦନା

ଅନ୍ତରର କିଛି ଭାଷା


ବିତୁ ଥାଏ ଯେତେ ରାତି ଭାବି ଭାବି

ସେତେ ସ୍ମୃତି ଗାଏ ଗୀତି

ତୁମ ବିନା ବି ତୁମେ ଥାଅ ସାଥେ

ସାଥେ ହିଁ କଟାଏ ରାତିll


କାନ୍ଧରେ ବାହୁକୋଳରେ ମଥା

ଭାବନାରେ ତୁମେ' ପାଶେ

ତୁମ ସ୍ମୃତି ବି ନଲାଗେ ପୁରୁଣା

ଏଇଠି ଏଇଠି ଦିଶେll


ଲହୁ ଯେବେ ମୋର ଗଡ଼ଇ ଓଠେ

ଲାଗେ ପୋଛ'ପଣତରେ

ଗୁଦ୍ ଗୁଦି ହୁଏ ମୃତ୍ୟୁ ସମ ପ୍ରାଣେ

ହସେ ମନେ ଅନ୍ତରରେll


ଆଜିବି ତୁମ ପ୍ରତିଛବି ଅଛି

ସାଇତି ରଖିଛି ପ୍ରିୟା

ତୁମ ପ୍ରେମରେ ଆଜିବି ଅଧିର

ତେଣୁ ତ ମୁଁ ଦିଲ୍ ଦିଆll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance