STORYMIRROR

Abhakanta None

Abstract Others

2  

Abhakanta None

Abstract Others

ଏଇତ

ଏଇତ

1 min
13.6K


ବାସୁମତୀ ବନେ ବୋଧେ ମୁଁ ବଢିଛି ବୁଦାଏ ବୁଦ୍ଧୁ ବାଲାମି

ଚିତ୍ରୋତ୍ପଳା, ଚମ୍ପା , ଚିବୁକ ଚୋଟେ ମୁଁ ଚୁଟୁକିଏ ଚଗଲାମୀ

ସଖା, ସଖୀ, ସ୍ମୃତି ସହରେ ସିନା ମୁଁ ସଡ଼କଟେ ସୁରୁଆତି

ପ୍ରଥମ ପଣକୁ ପାଶୋରି ପାରିଲା ପରକୀୟା ପ୍ରଜାପତି

ଛଡାଛଡିରେ ବି ଛାଡୁନି ଚିନ୍ତନୁ ତା'ର ଛାପିଛାପି ଛଳ

ବହଳ ବୟସ ବାଟେ ବି ବସୁଛି ବାଢି ବେଳେବେଳେ ବଳ

ଗୋଲାପି ଗୋଲାପ ଗଜରା ଗୁନ୍ଥିଲି ଗଣିବାକୁ ଗହୀରାଇ

ପତ୍ରଝଡା ପରି ପାଖୁଡା ପଡିଲା ପାଟୁଙ୍ଗା ହିଁ ଥିଲି ପାଇ

ମେଲାଣିର ମୋଡେ ମଉଳିଲା ମୋହ ମେଘମଖା ମୁଲକରେ

ପରାଭୁତେ ପ୍ରାୟ"ପଉରୁଷ'' ପାଣି ପହଁରିଲା ପଲକରେ

ଅବାଇଜ ଆଶା ଅପସରି ଗଲା ଅଣେଇ ହୋଇନି ଅଣ୍ଟି

ଝାଳ ଝରିପଡେ ଝୁମୁରୁ ଝୁମୁରୁ ଝୁଲଣେ ଝରକା ଝୁଣ୍ଟି

କେମିତି କିଏ ସେ କଳଙ୍କେ କରିଲା କଦମ୍ବ କଳିକୁ କଳା

ଜାଣିନି ଯଦିଓ ଜିଇଁବା ଯତନେ ଯୋଡେ ଯାଯାବରୀ ଜ୍ବାଳା

ଏଇତ ଏଣିକି ଏଣ୍ଠିଲାଣି ଏଠି ଏକଲାର ଏକରାର୍

କଦାପି କହୁନି କଅଁଳେ କରିଲି କଳା ନାଗୁଣୀକୁ ହାର

ମୋତେ ଚିହ୍ନାଇଲା ଚାହାତ ଚାନ୍ଦିନୀ ଚାରୂଚପା ଚିତ୍ରଲିପି

ଛଟାଙ୍କିଏ ଛଳ ଛଟକେ ଛାଡିଲା, ଛଟପଟେ ରୁହେ ଛପି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract