STORYMIRROR

Hrushikesh Satpathy

Tragedy

4  

Hrushikesh Satpathy

Tragedy

ଏଇତ ଜୀବନ

ଏଇତ ଜୀବନ

1 min
261

ଜୀବନ

ସମ୍ପ୍ରତି ଏକ 

ସୂକ୍ଷ୍ମ ସମାହାର !

ଉତ୍ଥାନ ଆଉ ପତନର

ସଂଗ୍ରାମ ଆଉ ସଙ୍ଘର୍ଷର

ସନ୍ତର୍ପଣ ଆଉ ସନ୍ତରଣର

ତତ୍ତପ୍ତ ମରୁବାଲି, ଉତ୍ପ୍ଳୁତ ସାଗର

ଏ ସବୁର ସମୃଦ୍ଧ ସମଷ୍ଟି,

ଦିଗନ୍ତ ବିସ୍ତାରୀ

ତା'ର ଚଲାଭୂଇଁ,

ତା'ର ଦିଗ୍ ବଳୟ !!


ଜୀବନ

ଇନ୍ଦ୍ରଧନୁର ରଙ୍ଗରେ ସପ୍ତରଙ୍ଗୀ,

ପୁଣି,କାଳବୈଶାଖୀର ଝଞ୍ଜାରେ

ଜର୍ଜରିତ

ସକାଳର ସୁନେଲି କିରଣ

ସନ୍ଧ୍ୟାର ରକ୍ତିମ ଆଭା

ପୁଣି,ଦ୍ବିପହରର ଉତ୍ତପ୍ତ ତାତି

ଏ ସବୁଥିରେ ଉତ୍କ୍ଷିପ୍ତ

ଉଦ୍ବେଳିତ, ତଥାପି ସେ

ସ୍ବପ୍ନ ଦେଖେ,ଅପରିମିତ ସ୍ବପ୍ନ

ଦୁଃଖର,ସୁଖର

ହସର,କାନ୍ଦର

ମିଲନର, ପୁଣି ବିଚ୍ଛେଦର


ଜୀବନ

କେବେ ଚନ୍ଦନ ଚର୍ଚ୍ଚିତ

କେବେ ପୁଣି ବିଦ୍ରୁପ,ବିଷାଦ

କେବେ ଫୁଲର ଶେଯରେ,

ପୁଣି କେବେ କଣ୍ଟକିତ ବେଳାଭୂମି

ଏସବୁ ଭିତରେ ବେଳେବେଳେ

ଦୋ ଛକିର ଆଲ୍ହାଦ ଅତିଥିଟିଏ

ଖୋଜିବସେ ନୂଆ ରାହା

ସଫଳତା ଆଉ ବିଫଳତା ଭିତରେ

ହୁଏତ; ପହଞ୍ଚି ଯାଏ

ଏକ ଅନ୍ତିମ ପାହାଚରେ

ପଛକୁ ଫେରିବାର 

ବାଟ ନଥାଏ

ନଥାଏ ବି ସ୍ପୃହା

ଦିଗ୍ ବଳୟ ପାଖେଇ ଆସେ,

ହାଏଏଇତ ଜୀବନ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy