STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଏଇତ ଜୀବନ

ଏଇତ ଜୀବନ

1 min
11.8K

ଇସ୍ପାତ ଲୁହା ଶିଳ୍ପର ତୁହାକୁ ତୁହା ସାଇରନର ଡାକରାରେ

ବାଧ୍ୟ ହୁଏ ଯିବାକୁ ବିଚରା ପେଟ ନିଅଣ୍ଟିଆ ମଣିଷକୁ..

ଧୂଳି ଧୂଆଁ ର ବିଷାକ୍ତ ବଳୟ ମଧ୍ୟରେ ପଢୁଥାଏ

ଭାଗ୍ୟ ଭବିଷ୍ୟ ର ଅପଢ଼ା ବହି l

କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ପରି ବିଷାକ୍ତକୁ ପାନ କରି ନୀଳକଣ୍ଠ ସାଜି ପରିବାରରେ ଦେଖାଏ

ଖୁସିର ଧାରାବାହିକ କାହାଣୀ l

କିନ୍ତୁ ଦଇବ ଦାଉ ସାଜେ କେବେ କେବେ

ଯନ୍ତ୍ର ଚାଳିତ ଦାନବ ନେଇ ଯାଏ ଶୁଖିଲା

ଜୀବନକୁ ଉତ୍ତପ୍ତ ଲୁହାର ପୋଖରିରେ ବୁଡେଇ ଦେଇ l

ନିମିଷକ ମଧ୍ୟରେ କୁଆଡେ ମିଳେଇ ଯାଏ

ମୁଖ୍ୟ ଫାଟକର ତନଖି ବେଳରେ,

ଧର୍ମଘଟର ଗହଳି ଭିତରେ l

ପରିବାରକୁ ମିଳେ ସାନ୍ତ୍ୱନା ବାଉନସ୍ ଚେକ୍ ରେ

ଖବରକାଗଜ _ଟିଭିରେ

ଶିରୋନାମା ଟିଏ ହୋଇଯାଏ

ଠିକା ଶ୍ରମିକର ମୃତ୍ଯ

ସୁରକ୍ଷା ନିୟମର ଅଣଦେଖା କରୁଥିବାରୁ..

ପରିବାର ବି ମଲା ଦେହ ବି ମିଳେନି

ମାଟିରେ ପୋତିଦେବା ପାଇଁ

ତିନି ହାତ ଚାଖଣ୍ଡେ ଜାଗାରେ

ଖାଲି କଳା ଧୂଆଁ ହୋଇ ମିଳେଇ ଯାଏ

ଶୂନ୍ୟ ଆକାଶ ରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy