ଏଇତ ଜୀବନ
ଏଇତ ଜୀବନ
ଏଇତ ଜୀବନ
ଶୂନ୍ୟ ରୁ ଶୂନ୍ୟ ଯାଏ
ଲମ୍ବା ଉତ୍ତରଣ
ଏଇତ ଜୀବନ
ଦୁଃଖ ଆଉ ଯନ୍ତ୍ରଣା ର ପହିଲି ସୋପାନ
ଏଇତ ଜୀବନ
ଅସହାୟ ସପନର ଭୁମିଷ୍ଠ ମିଶ୍ରଣ
ଏଇତ ଜୀବନ
କିନ୍ତୁ ଆଉ ଏବଂ ର କଅଂଳିଆ ସଂନ୍ଧିକ୍ଷଣ
ଏଇତ ଜୀବନ
ଗ୍ଲାନି ରେ ପହଁରୁ ଥିବା ଅପାରଗ ପଣ
ଏଇତ ଜୀବନ
ମାଟିରୁ ଆକାଶ ଯାଏ ମହୁଆ ଆକର୍ଷଣ
ଏଇତ ଜୀବନ
ଅସଜଡା ଫର୍ମୁଲାର ଥୁଣ୍ଟା ଦମ୍ଭ ପଣ
ଏଇତ ଜୀବନ
ପ୍ରଗଳଭ ବକ୍ତା ର ଭାଷାର କମାଣ
ଏଇତ ଜୀବନ
ବ୍ୟକ୍ତି ଓ ଅଭିବ୍ୟକ୍ତିର ପୂର୍ଣ୍ଣ ସମର୍ପଣ
ଏଇତ ଜୀବନ
ଲଙ୍ଗଳା ଇଚ୍ଛା ର ସୁନେଲି କିରଣ
ଏଇତ ଜୀବନ
ଅନାୟାସେ ହୁଏ ପୁଣି ଦୁଃଖ କାରଣ
ଏଇତ ଜୀବନ
ଏଇ ଅଛି ଏଇ ନାହିଁ ର ଅବୁଝା ଘଟନ ।
