STORYMIRROR

Anjana Naik,Anju..Deogarh

Classics

3  

Anjana Naik,Anju..Deogarh

Classics

ଏଇତ ଜୀବନ

ଏଇତ ଜୀବନ

1 min
148

ଯେତେଟି ଫଗୁଣ ବିତିଗଲା ହିସାବ ରଖିଚି,     

ନୂତନ ଫଗୁଣର ଅପେକ୍ଷା ବି କରିଛି

ଅତୀତର କିଛି ଅଭୁଲା ସ୍ମୃତି ସାଉଁଟି 

ମନ ଆଲବମ୍ ରେ ସଜେଇ ରଖିଛି।


ବିଗତ ଦିନମାନଙ୍କର ଘଟଣ-ଅଘଟଣ 

ବର୍ତ୍ତମାନ ବସି ରୋମନ୍ଥନ କରୁଛି

ନୂଆଁ ଦୁନିଆରେ ଘର ସଂସାର କରି,

ଜୀବନ ଯାତ୍ରା ଆରମ୍ଭ କରିଛି

ଜୀବନ ଯମୁନା ନଦୀ କୂଳରେ ବସି

କୂଳ ଲଂଙ୍ଘିବାର ସ୍ୱପ୍ନ ଦେଖୁଛି।


କେତେ ଯେ ବନ୍ୟା ଏ ନଦୀରେ,

କୂଳ ଖାଇଯିବାର ଆଶଂକା ଅଛି

ଅନିଶ୍ଚିତତାକୁ ମନରୁ ଦୁରେଇ,

ନଦୀର ଭଉଁରୀ ରେ ପହଁରା ସିଖୁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics