Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Inspirational

4.0  

Papu parida

Inspirational

ଏଇ ତ ଜୀବନ

ଏଇ ତ ଜୀବନ

1 min
242


ଧକ୍କା ଲାଗି ପଡିବା ପରେ ମଧ୍ୟ ଲକ୍ଷ୍ୟକୁ ଖୋଜିବା

ବୋଧହୁଏ ସନ୍ଧାନ ୟାକୁ ହିଁ କୁହନ୍ତି।


ପଡ଼ିକି ପୁଣି ଥରେ ଉଠି ଚାଲିବା

ବୋଧହୁଏ ସଂକଳ୍ପ ୟାକୁ ହିଁ କୁହନ୍ତି।


ପ୍ରତିକୂଳ ପରିସ୍ଥିତିକୁ ଆନନ୍ଦର ସହ ସାମ୍ନା କରିବା

ବୋଧହୁଏ ସାହସ ୟାକୁ ହିଁ କୁହନ୍ତି।


ଦୂରତା ଆସିଲେ ବି ଦୁରେଇ ନ ଯିବା

ବୋଧହୁଏ ସଂପର୍କ ୟାକୁ ହିଁ କୁହନ୍ତି।


ନିଦ ଭାଙ୍ଗିବା ପରେ ମଧ୍ୟ କିଛି ମୁହୂର୍ତ୍ତକୁ ଭୁଲି ନ ପାରିବା

ବୋଧହୁଏ ସ୍ୱପ୍ନ ୟାକୁ ହିଁ କୁହନ୍ତି।


ବିରହ ପରେ ବି ଆଦର କରିବା

ବୋଧହୁଏ ପ୍ରେମ ୟାକୁ ହିଁ କୁହନ୍ତି।


ମରଣ ପରେ ବି ସଭିଏଁ ମନେ ରଖିବା 

ବୋଧହୁଏ ଜୀବନ ୟାକୁ ହିଁ କୁହନ୍ତି।


ହାରିବା ପରେ ବି ତୁମ ପାଇଁ ତାଳି ବାଜିବା

ବୋଧହୁଏ ବିଜୟ ୟାକୁ ହିଁ କୁହନ୍ତି।


ମନ ଭାଙ୍ଗିବା ପରେ ବି ହସିବା

ବୋଧହୁଏ ଉଲ୍ଲାସ ୟାକୁ ହିଁ କୁହନ୍ତି।


ଶୁଷ୍କ ମରୁଭୂମିରେ ପାଣି ଖୋଜିବା

ବୋଧହୁଏ ଆଶା ୟାକୁ ହିଁ କୁହନ୍ତି।


ସଂକଳ୍ପ ସାହସ ସମ୍ପର୍କ ଉଲ୍ଲାସ

ବିଜୟ ପ୍ରେମ ସ୍ୱପ୍ନ ଓ ସନ୍ଧାନ


ଏଇ ତ ଜୀବନ

ଏଇ ତ ଜୀବନ

ଏଇ ତ ଜୀବନ.............



Rate this content
Log in

Similar oriya poem from Inspirational