ଏଇ ତ ଜୀବନ
ଏଇ ତ ଜୀବନ
ପାବଛ ପରେ ପାବଛ
ଜୀବନର ପ୍ରତ୍ୟେକ ପାବଛ
ଖସଡ଼ା ଶିଉଳୀରେ ପୂର୍ଣ୍ଣ
ପଡି ଉଠି ଚାଲିବାକୁ ହେବ ।
ଭିକ ମାଗି
ତଣ୍ଟି ଶୁଖିଗଲେ ମଧ୍ୟ
ଅଣ୍ଟି ପୁରିବନି
ଏ ପେଟ ଚାଖଣ୍ଡକ ପାଇଁ ।
ଆଶା ଏକ କୁମ୍ଭାରର ଚକ
ଶେଷ ଓ ଆରମ୍ଭ
ଜାଣି ହୁଏ ନି ବୋଲି ତ
ଏଇ ତ ଜୀବନ ।
